ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅଭିନେତାଙ୍କୁ ସମନ ଜାରି କରିଛି। ହାଇଦ୍ରାବାଦର ୨ଜଣ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ଘଟଣାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅପ୍ରେଲ ୨୭ରେ ହାଇଦ୍ରାବାଦ ସ୍ଥିତ ଇଡ଼ି କାର୍ଯ୍ୟାଳୟରେ ହାଜର ହେବା ନେଇ ତାଙ୍କୁ ସମନ ଜାରି କରିଛି।
ସୂଚନା ମୁତାବିକ, ସାଇ ସୂର୍ଯ୍ୟା ଡେଭଲପର୍ସ ଓ ସୁରାନା ଗ୍ରୁପ ଡେଭଲପର୍ସ ୨ ରିଅଲ ଇଷ୍ଟେଟ ଗ୍ରାହକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ହୋଇଛି। ଏହି ୨ ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ ।
ସାଇ ସୂର୍ଯ୍ୟା ଡେଭଲପର୍ସ ମାଲିକ ସତୀଶ ଚନ୍ଦ୍ର ଗୁପ୍ତାଙ୍କ ନାଁରେ ଅଭିଯୋଗ ରହିଛି । ସାଇ ସୂର୍ଯ୍ୟା ଡେଭଲପର୍ସ ଠାରୁ ମହେଶ ବାବୁ ପାଖାପାଖି ୬କୋଟି ଟଙ୍କା ନେଇଛନ୍ତି । ବିଜ୍ଞାପନ ଚୁକ୍ତି ବାବଦରେ ଏହି ଟଙ୍କା ନେଇଛନ୍ତି ମହେଶ ବାବୁ ।
ଅଧିକ ପଢନ୍ତୁ: ଗ୍ରାହକଙ୍କୁ ବଡ଼ ଝଟକା, ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୧୦ ଗ୍ରାମ ସୁନାରେ ଜିଏସଟି ମିଶି ଲକ୍ଷେ ପାର୍ କଲା
ରିଅଲ୍ ଇଷ୍ଟେଟ୍ ନିବେଶକଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତଦନ୍ତର ଏକ ଅଂଶ ସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପ୍ରିଲ ୧୬ରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ସୁରାଣା ଗ୍ରୁପ୍ ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସ ବିରୁଦ୍ଧରେ ନିଆଯାଇଥିଲା। ସିକନ୍ଦରାବାଦ, ଜୁବଲି ହିଲ୍ସ ଏବଂ ବୋୱେନପାଲିରେ ଥିବା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ, ଇଡି ସୁରାନା ଗ୍ରୁପ୍ ମୁଖ୍ୟ ନରେନ୍ଦ୍ର ସୁରାନା ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସଙ୍କ ଘରରୁ ଡକ୍ୟୁମେଣ୍ଟ ଏବଂ ନଗଦ ଆକାରରେ ପ୍ରମାଣ ଜବତ କରିଛି। ଯେହେତୁ ଏହି ୨ ରିଅଲ ଇଷ୍ଟେଟର ବ୍ରାଣ୍ଡ ଆମ୍ବାସଡ଼ର ଥିଲେ ମହେଶ ବାବୁ, ତେଣୁ ଏହି ମାମଲାରେ ଅଧିକ ଖୋଳତାଡ଼ ପାଇଁ ଇଡ଼ି ତାଙ୍କୁ ସମନ ଜାରି କରିଛି। ୨୭ ଅପ୍ରେଲରେ ହାଇଦ୍ରାବାଦ ସ୍ଥିତ ଇଡ଼ି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ହୋଇଛି।