ମା’ ନେଲା ଜନ୍ମ କରିଥିବା ଶିଶୁ କନ୍ୟାର ଜୀବନ । ଦୁନିଆକୁ ଆସିଥିବା ପିଲା ଦୁନିଆ କଣ ଜାଣିବା ଆଗରୁ ଯିଏ ତାକୁ ଦୁନିଆକୁ ଆଣିଥିଲା ସେ ତାର ଜୀବନ ନେଇଗଲା । ସୂଚନା ଅନୁସାରେ, ଗୁରୁବାର ମୁମ୍ବାଇରେ ଘଟିଛି ଏକ ଅଭାବନୀୟ ବା ହୃଦୟ ବିଦାରକ ଘଟଣା । ୯ ମାସ ଗର୍ଭରେ ଧରିଥିବା ପିଲାକୁ ଜନ୍ମ କରିସାରିବାର ୨ ମାସ ପର୍ଯ୍ୟନ୍ତ ଦୁନିଆରେ ରଖିପାରିଲାନି ମା’ । ମାତ୍ର ୩୯ ଦିନରେ ୧୪ ମହଲା କୋଠାରୁ ନିଜ ଶିଶୁ କନ୍ୟାକୁ ଫୋପାଡ଼ି ଦେଇଥିଲା ମା’। ନିଜ ପିଲାକୁ ଫୋପାଡ଼ିଥିବା ମା’ ଜଣେ ଭିନ୍ନକ୍ଷମ ମହିଳା ବୋଲି ସୂଚନା ମିଳିଛି ।
ଶିଶୁ କନ୍ୟାକୁ ତଳକୁ ଫୋପାଡ଼ି ସାରିବା ପରେ ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ତୁରନ୍ତ ମେଡିକାଲକୁ ନେଇଯାଇଥିଲେ । ହେଲେ ମେଡିକାଲରେ ଡାକ୍ତର ଶିଶୁ କନ୍ୟାକୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ପୋଲିସ ନିଜ ପିଲାକୁ ଫୋପାଡ଼ିଥିବା ମା’ଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସର ତଦନ୍ତ ଅନୁସାରେ, ଗତ ବର୍ଷ ଜୁଲାଇରେ ଉକ୍ତ ମହିଳାଜଣକ ନିଜର ୭ ମାସର ଶିଶୁ ପୁତ୍ରକୁ ଖାଇବା ଖୁଆଇବା ସମୟରେ ଅଜାଣତରେ ଅଣନିଶ୍ୱାସୀ ହୋଇ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଗତ ବର୍ଷ ଶିଶୁ ପୁତ୍ରଟିର ମୃତ୍ୟୁ ଅଜାଣତରେ ହୋଇଥିଲା କିନ୍ତୁ ଏବେ ଶିଶୁ କନ୍ୟାକୁ ଜାଣିଶୁଣି ମା’ ଫୋପାଡ଼ି ଦେଇଛି ।
ଆଗକୁ ପଢ଼ନ୍ତୁ : ପୁଅ ପାଇଁ ସ୍ତ୍ରୀ ଓ ଝିଅକୁ ହତ୍ୟା ଉଦ୍ୟମ