ଆଜି ‘ପଢ଼େ ଭାରତ’ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,୧୦୦ ଦିନ ଧରି କରାଯିବ ଆୟୋଜନ
Khabar Odisha:Union-Education-Minister-Dharmendra-Pradhan-will-launch-the-Read-India-campaign-today
ନୂଆଦିଲ୍ଲୀ ,ଜାନୁଆରୀ ୧(ଖବର ଓଡ଼ିଶା):

ଆଜି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିବେ । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ଆୟୋଜନ କରାଯିବ ।

୧୦୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନ ୧୪ ସପ୍ତାହ ଧରି ଚାଲିବ । ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶୈକ୍ଷିକ ପ୍ରଶାସକଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟସ୍ତରରେ ସମସ୍ତ ହିତାଧିକାରୀଙ୍କ ଭାଗିଦାରୀତା ହାସଲ କରିବା ପଠନ ଅଭିଯାନର ଉଦ୍ଦେଶ୍ୟ ।

ବାଳବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଅଭିଯାନର ଅଂଶ ହେବେ । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡିବାରେ ସହାୟକ ହେବ ।

  • Tags:

Subscribe

National International State Sports Entertainment