ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଶ୍ରମିକ ମୃତ, ୨ ଗୁରୁତର
Khabar Odisha:Tragic-road-accident-6-workers-killed-2-seriously
କୋଲକାତା, ସେପ୍ଟେମ୍ବର ୨୩(ଖବର ଓଡିଶା):

କେନାକୁ ବସ୍ ଖସିଲା ଫଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହିତ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ । 

ସୂଚନା ଅନୁସାରେ, ଉକ୍ତ ବସରେ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ ଶ୍ରମିକ ଥିଲେ । ସମସ୍ତ ଶ୍ରମିକ ଉତ୍ତର ପ୍ରଦେଶରୁ ଆସୁଥିଲେ । ଏହି ସମୟରେ ବସ୍‌ଟି ହଠାତ ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା । ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ୨ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଗତକାଲି ବିଳମ୍ବିତ ରାତିରେ ଓଲ୍ଡ ନୟାସନାଲ ରୋଡ ଜଙ୍କସନ ରୁପହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ହସରେ ଅଧିକାଂଶ ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ହଠାତ ବସଟି ନିୟନ୍ତ୍ରଣ ହରାଇ କେନାଲକୁ ଖସି ପଡିଥିଲା । କେନାଳରେ ଥିବା କାଦୁଅରେ ବସଟି ଓଲଟିପଡିଥିଲା । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment