ଅଜବ ଲୋକଙ୍କ ଗଜବ ନିଶା, ପୋଷା ପଶୁମାନଙ୍କର ପରିବହନ ପାଇଁ 9.6 ଲକ୍ଷ ଟଙ୍କା ଦେଇ ବିମାନ ବୁକ କଲେ ମାଲିକ
Khabar Odisha:The-owner-booked-the-plane-at-a-cost-of-Rs-9-lakh-for-the-transportation-of-pets
ମୁମ୍ୱାଇ, ଜୁନ ୦୬ (ଖବର ଓଡ଼ିଶା):

ମୁମ୍ବାଇରେ ରହୁଥିବା 25 ବର୍ଷୀୟ ଦୀପିକା ସିଂ ଦିଲ୍ଲୀରେ ଅଟକି ରହିଥିବା ଗୃହପାଳିତ ପଶୁମାନଙ୍କୁ ସେମାନଙ୍କ ମାଲିକଙ୍କ ସହ ମିଳିତ କରିବା ପାଇଁ ଏକ ଘରୋଇ ଜେଟ୍ ବୁକ୍ କରିଛନ୍ତି। ଏହି ବିମାନ ଜୁନ୍ ମଧ୍ୟଭାଗରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବା ନେଇ ଜଣାପଡିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ବୁକିଂର ମୂଲ୍ୟ 9.6 ଲକ୍ଷ ଟଙ୍କା ହୋଇଛି। ଅର୍ଥାତ୍ ଗୋଟିଏ ସିଟ୍ ପାଇଁ 1.6 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ସାଇବର ସୁରକ୍ଷା ବିଶେଷଜ୍ଞ ଥିବା ଦୀପିକା କହିଛନ୍ତି ଯେ ଏପର୍ଯ୍ୟନ୍ତ ଚାରିଜଣ ଲୋକ ଏହି ବିମାନ ଦ୍ୱାରା ନିଜ ନିଜ ଗୃହପାଳିତ ପଶୁମାନଙ୍କୁ ଘରକୁ ଆଣିବା ପାଇଁ ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି। ଆମର ପ୍ରୟାସ ହେଉଛି ଏହିପରି ଆଉ ଦୁଇ ଜଣ ଲୋକ ମିଳିଗଲେ, ଯାହା ଦ୍ୱାରା ସମସ୍ତଙ୍କ ଖର୍ଚ୍ଚ କମିଯିବ । ଯଦି ଆଉ ଦୁଇଟି ଲୋକ ନ ମିଳନ୍ତି ତେବେ ଏହି ଚାରିଟି ଆସନର ମୂଲ୍ୟ ଆହୁରି ବୃଦ୍ଧି ହୋଇଯିବ ବୋଲି ଦୀପିକା କହିଛନ୍ତି । '

ଦୀପିକା କହିଛନ୍ତି ଯେ ସେ ନିଜ ସମ୍ପର୍କୀୟଙ୍କ ପାଇଁ ଦିଲ୍ଲୀରୁ ବିମାନ ବ୍ୟବସ୍ଥା କରିବାରେ ବ୍ୟସ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ଗୃହପାଳିତ ପଶୁଙ୍କ ସହ ଯିବାକୁ ମନା କରିଦେଇଥିଲେ । ତାପରେ ଏହି ଧାରଣା ତାଙ୍କ ମନକୁ ଆସିଲା ଯେ ପଶୁମାନଙ୍କର ମଧ୍ୟ ସେମାନଙ୍କର ପରିବାର ସହ ଭେଟିବାର ଅଧିକାର ଅଛି | ଦୀପିକା କହିଛନ୍ତି, “କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କ ସହିତ ଯାତ୍ରା କରିବାକୁ ଚାହୁଁଥିଲେ କିନ୍ତୁ ଅନ୍ୟମାନେ ମନା କରିଦେଇଥିଲେ। ତେଣୁ ମୁଁ ସେମାନଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିବାକୁ ସ୍ଥିର କଲି। '

ଏହି ଚାର୍ଟାର୍ଡ ​​ବିମାନ କୁକୁର, ବିଲେଇ, ପକ୍ଷୀ ଏବଂ ଅନ୍ୟ ଗୃହପାଳିତ ପଶୁମାନଙ୍କ ପାଇଁ ଉପଲବ୍ଧ | 6 ଟି ଆସନ ବିଶିଷ୍ଟ ବିମାନ ପାଇଁ ଦୀପିକା ପ୍ରାଇଭେଟ ଜେଟ କମ୍ପାନୀ ଆକ୍ରିଟେସନ୍ ଆଭିଏସନ୍ ସହ ଯୋଗାଯୋଗ କରିଥିଲେ, ସେମାନେ ପଶୁମାନଙ୍କୁ ବିମାନରେ ପଠାଇବାକୁ ରାଜି ହୋଇଯାଇଥିଲେ । ହେଲେ ଏହାର ଗୋଟିଏ ସିଟ୍ ମୂଲ୍ୟ 1.6 ଲକ୍ଷ ଟଙ୍କା ରହିଥିଲା |

ପ୍ରାଇଭେଟ ଜେଟ କମ୍ପାନୀ ଆକ୍ରିଟେସନ୍ ଆଭିଏସନ୍ କମ୍ଫାନୀର ମାଲିକ ରାହୁଲ ମୁଚାଲ କହିଛନ୍ତି ଯେ ବିଶ୍ୱର ସୃଷ୍ଟି ହୋଇଥିବା ମହାମାରୀ କୋଭିଡ -19 ପରେ ବର୍ତ୍ତମାନ ଯାତ୍ରା କରିବାକୁ ଥିବା ଗୃହପାଳିତ ପଶୁଙ୍କ ପାଇଁ ଉପଯୁକ୍ତ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପଶୁମାନଙ୍କର ମେଡିକାଲରେ ପରୀକ୍ଷା କରାଯିବ ଏବଂ ସେମାନଙ୍କୁ ଯିବା ପୂର୍ବରୁ ସ୍ୱତନ୍ତ୍ର ପିଞ୍ଜରା ମାନଙ୍କରେ ରଖାଯିବ | ଯଦି ଚାର୍ଟାଡ ବିମାନ ସମ୍ଭବ ନ ହୁଏ, ତେବେ ପଶୁମାନଙ୍କୁ କାର୍ଗୋ ବିମାନ ଦ୍ୱାରା ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯିବ |

  • Tags:

Subscribe

National International State Sports Entertainment