ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ଦେଶର ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ। ଏହି ସମ୍ପର୍କରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚୟନ ସମିତି ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇବା ପରେ ଏହି ଘୋଷଣା କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଅରୁଣ ଗୋୟଲ ପଦରୁ ଇସ୍ତଫା ଦେବା ପରେ ୨ ନିର୍ବାଚନ କମିଶନରଙ୍କ ପଦବୀ ଖାଲି ପଡିଥିଲା। କିନ୍ତୁ ଏବେ ଏହା ପୂରଣ ହେବା ପରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଆଲୋଚନା ପ୍ରକାଶ ପାଇଛି। ତେବେ ଜ୍ଞାନେଶ କୁମାର କେରଳ କ୍ୟାଡରର ବରିଷ୍ଠ ଅଧିକାରୀ ଥିବା ବେଳେ ସୁଖବୀର ସିଂ ସାନ୍ଧୁ ପଞ୍ଜାବ କ୍ୟାଡରର ଅଧିକାରୀ ।
ନିର୍ଵାଚନ କମିଶନର ପାଇଁ ଅନୁଷ୍ଠିତ ହୋଇଥିବା ବୈଠକରେ ଅଧୀର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ତେବେ ଏଥିରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଭାରତର ନୂତନ ଇଲେକ୍ସନ କମିଶନର ଭାବେ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିଯୁକ୍ତ ହୋଇଛନ୍ତି।
ଅଧିକ ପଢନ୍ତୁ: ଦୀର୍ଘ ୫ ଘଣ୍ଟା ପରେ ଯନ୍ତାରେ ପଡିଲା ଭାଲୁ