ଭୁବନେଶ୍ୱର, ଜାନୁଆରୀ ୧୪(ଖବର ଓଡ଼ିଶା): ତୃତୀୟ ଲହରର ଆକଳନ କରାଯିବା ଦିନଠାରୁ ଏହା ପିଲାଙ୍କ ଉପରେ ଅର୍ଥାତ୍ ୧୮ ବର୍ଷରୁ କମ୍ ବର୍ଗଙ୍କ ଉପରେ ବେଶି ପ୍ରଭାବୀ ହେବ ବୋଲି ଆଶଙ୍କା କରାଯାଉଥିଲା । ଯାହା ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।
ବର୍ତ୍ତମାନ ତୃତୀୟ ଲହର ସମୟରେ ଦେଶରେ ଦୈନିକ ୨୦ ହଜାରୁ ଉର୍ଦ୍ଧ୍ୱ ଶିଶୁ ସଂକ୍ରମିତ ଅର୍ଥାତ୍ ୧୮ ବର୍ଷରୁ କମ୍ ବର୍ଗର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି ।
ରାଜ୍ୟରେ ଗତ ସପ୍ତାହରେ ହଠାତ୍ ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ସମାନ ଭାବରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି ଏବେ ହଜାରେ ଉପରେ ରହିଛି ରାଜ୍ୟରେ ଦୈନିକ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ।
ଗତ ୧୧ ତାରିଖରେ ରାଜ୍ୟରେ ୭୦୭ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ତାରିଖରେ ଏହି ସଂଖ୍ୟା ୭୯୨କୁ ବୃଦ୍ଧି ପାଇଥିଲା ଆଉ ଗତକାଲି ଏହା ପୁନଶ୍ଚ ବୃଦ୍ଧି ପାଇ ୮୭୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଥିଲେ ଆଉ ଆଜି ରାଜ୍ୟରୁ ୧୦୬୫ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢିଛି ।