କଟକରେ ଚଢାଉ କଲା ଅବକାରୀ ବିଭାଗ, ଜବତ ହେଲା ବିପୁଳ ପରିମାଣର ନକଲି ମଦ । କଟକ ଜିଲା ନିଶ୍ଚିନ୍ତକୋଇଲି ଏସଆର ବାର୍ ଉପରେ ସନ୍ଦେହ କରି ଚଢ଼ଉକଲା ଅବକାରୀ ବିଭାଗ । ଚଢ଼ଉବେଳେ ଘଟଣାସ୍ଥଳରୁ ବିପୁଳପରିମାଣରେ ନକଲି ମଦ ଜବତ କରାଯାଇଛି ।
ସୂଚନା ଅନୁଯାୟୀ,କଟକ ଜିଲା ନିଶ୍ଚିନ୍ତକୋଇଲି ଏସଆର ବାର୍ ରେ ନକଲି ମଦ ବିକ୍ରି କରାଯିବା ନେଇ ସନ୍ଦେହ ହୋଇଥିଲା । ଏଥିପାଇଁ ଗୁରୁବାର ଅବକାରୀ ବିଭାଗର ୧୦ଜଣିଆ ଟିମ୍ ନେଇ ବାର୍ ମାଲିକଙ୍କ ଘରେ ଚଢ଼ଉକରିଥିଲା। ସେଠାରୁ ନକଲି ବିଦେଶୀ ମଦ ଜବତ କରିବା ସହ ବ୍ୟବହାର ହେଉଥିବା ବୋତଲ ଲୋଗୋକୁ ମଧ୍ୟ ଜବତ କରିଛନ୍ତି । ଏଥିସହ ବାର୍ର କର୍ମଚାରୀ ଏବଂ ଘରେ ପ୍ରସ୍ତୁତ କରୁଥିବା ୫ଜଣ ଯୁବକଙ୍କୁ ଗିରଫ କରିବା ସହ ୩ଟି ସ୍କୁଟିକୁ ମଧ୍ୟ ଜବତ କରି ଅବକାରୀ ବିଭାଗ। ଏହି ଘଟନକୁ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।