ସାମାନ୍ୟ ବଚସା ପାଇଁ ଗର୍ଭବତୀ ସ୍ତ୍ରୀକୁ ପୋଡିଦେଲା ସ୍ୱାମୀ । ଆଉ କିଛି ଦିନ ପରେ ଘରକୁ ଅସିଥାନ୍ତା ଅତିଥି । କୁଆଁ କୁଆଁ କାନ୍ଦରେ ପୁରୀ ଉଠିଥାନ୍ତା ଘର । କୁନି ଛୁଆର କାନ୍ଦରେ ବାପା ମାଙ୍କ ମୁହଁରେ ହସ ଫୁଟିଥାନ୍ତା । କିନ୍ତୁ କ୍ଷଣିକ ଭିତରେ ଉଜୁଡ଼ିଗଲା ସଂସାର । ସାମାନ୍ୟ ରାଗ ପାଇଁ ସବୁକିଛି ଜାଳିପୋଡ଼ି ଛାରଖାର କରିଦେଲା । ନିଜ ଛଅ ମାସର ଗର୍ଭବତୀ ଥିବା ସ୍ତ୍ରୀକୁ ପୋଡ଼ି ହତ୍ୟା କରିଛି ସ୍ୱାମୀ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ପଞ୍ଜାବରେ।
ସୂଚନା ଅନୁଯାୟୀ,ପଞ୍ଜାବ ଅମୃତସରରେ ଥିବା ବୁଲେନଙ୍ଗାଲ ଗାଁରେ ଶୁକ୍ରବାର ଦିନ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତିତର୍କ ଅଧିକ ହେବା ଫଳରେ ରାଗରେ ତମତମ ହୋଇ ସ୍ୱାମୀ ଗର୍ଭବତୀ ମହିଳାଙ୍କୁ ଖଟରେ ବାନ୍ଧି ଦେଇ ନିଆଁ ଲଗାଇ ଦେଇଥିଲେ । ଫଳରେ ଛଅ ମାସର ଗର୍ଭବତୀ ଥିବା ୨୩ ବର୍ଷୀୟା ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଝିଅଟିଏ ବାପଘର ଛାଡି ସୁନାର ସଂସାର ଆସ ନେଇ ଶ୍ୱଶୁର ଘରକୁ ଆସିଥାଏ । ସମସ୍ତ ଦୁଃଖ କଷ୍ଟ ସହି ସଂସାରର ଚକକୁ ଆଗକୁ ବଢାଇବାକୁ ଚେଷ୍ଟା ମଧ୍ୟ କରିଥାଏ । କିନ୍ତୁ ଆଜିର ପୁରୁଷ ସମାଜ ସାମାନ୍ୟ ଦୋଷ ପାଇଁ ନାନା ପ୍ରକାର ନିର୍ଯାତନା ଦେଇଥାନ୍ତି । ତେବେ ଏଭଳି ହତ୍ୟାକାଣ୍ଡକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।