ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ୮ ହଜାର କର୍ମଚାରୀଙ୍କ ଛଟେଇର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିଛି, ଯାହାର କାରଣ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ବୋଲି କୁହାଯାଉଛି। କିନ୍ତୁ ଜଣେ ପ୍ରଯୁକ୍ତିବିଦ୍ୟା ମହାରଥୀ ଏମିତି ବି ଅଛନ୍ତି, ଯାହାଙ୍କର ଦାବି ହେଉଛି ଯେ ଏଆଇ କେବେ ବି ମଣିଷର ସ୍ଥାନ ନେବ ନାହିଁ। ସିଲିକନ୍ ଭ୍ୟାଲିର ଜଣାଶୁଣା ନାମ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଅରବିନ୍ଦ ଜୈନଙ୍କ କହିବା କଥା ହେଉଛି ଯେ ଏଆଇ କାରଣରୁ କେବେ ବି କୌଣସି ପଦବୀ ଶେଷ ହେବନାହିଁ। ଅନ୍ତତଃ ପକ୍ଷେ ଏବେ ତ ଆଦୌ ନୁହେଁ। ଜୈନଙ୍କ କମ୍ପାନୀ 'ଗ୍ଲିନ୍' (Glean) ହେଉଛି ଏକ ଏଆଇ ସଞ୍ଚାଳିତ ସର୍ଚ୍ଚ ପ୍ଲାଟଫର୍ମ।
Read More >