ନିର୍ବାଚନ ଡ୍ୟୁଟି ସାରି ଫେରିଲାବେଳେ ଓଲଟିଲା ବସ୍ । ଏଭଳି ଦୁର୍ଘଟଣାରେ ୨୧ ଜଣ ଯବାନ ଆହତ ହୋଇଛନ୍ତି । ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଯାଇଛି । ନିର୍ବାଚନ ଡ୍ୟୁଟି ସାରି ଫେରୁଥିବାବେଳେ ଘଟିଗଲା ଦୁର୍ଘଟଣା । ଟ୍ରକ ସହ ଧକ୍କା ହେବ ଭୟରେ ରାସ୍ତା କଡ଼କୁ ଓଲଟି ପଡିଲା ବସ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ।
ସୂଚନା ଅନୁଯାୟୀ,ମଧ୍ୟପ୍ରଦେଶର ବୈତୁଲରେ ଶନିବାର ସକାଳେ ଏକ ବସ୍ ଯୋଗେ ୪୦ ଜଣ ଯବାନ ନିର୍ବାଚନ ଡ୍ୟୁଟି ସାରି ନିଜ ଜିଲ୍ଲା ରାଜଗଡକୁ ଫେରୁଥିଲେ। ସେହି ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ସାମ୍ନା ପଟୁ ଏକ ଟ୍ରକ ଆସୁଥିଲା । ବସ୍ ସହ ଟ୍ରକ ଧକ୍କା ହେବା ଭୟରେ ବସ୍ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ବସ୍ ଭିତରେ ମୋଟ ୪୦ ଜଣ ଯବାନ ଥିଲେ । ସେମାନଙ୍କ ଭିତରେ ୫ ଜଣ ପୁଲିସ କର୍ମଚାରୀ ଓ ବାକି ହୋମଗାର୍ଡ କର୍ମଚାରୀ ଥିଲେ। ଏହି ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଥିଲାବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।