ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଗତ ଅନେକ ଦିନ ଧରି କକରୋଚ ଜନତା ପାର୍ଟି(ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ଜାରି ରହିଛି । ହେଲେ ଜୁଲାଇ ୨୦ରେ ସଂସଦ ଚଲୋ ଶୋଭାଯାତ୍ରା ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ହିଂସା ଘଟିଥିଲା । ପୋଲିସ ଛାତ୍ରଙ୍କ ଉପରେ କରିଥିବା ଲାଠିଚାର୍ଜ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର ହୋଇଛି । କୋର୍ଟ ଏହି ଯାଚିକା ଉପରେ ସୋମବାର ଶୁଣାଣି କରିବେ ।
ସୁପ୍ରିମକୋର୍ଟରେ ଶୁକ୍ରବାର ଦୁଇଟି ଭିନ୍ନ ଭିନ୍ନ ଯାଚିକା ଦାୟର କରାଯାଇଛି । ଏଥିରେ ନିଟ୍ ପେପର ଲିକ୍ ବିରୋଧରେ ଚାଲିଥିବା ଆନ୍ଦୋଳନରେ ଛାତ୍ରଙ୍କ ଉପରେ ହୋଇଥିବା ପୋଲିସର ଲାଠିଚାର୍ଜ ବିରୋଧରେ ଅଭିଯୋଗ ହୋଇଛି । ଦୁଇ ଯାଚିକା ଉପରେ ଜୁଲାଇ ୨୭ରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଶୁଣାଣି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ ଓ ଗୋପାଳ ଶଙ୍କର ନାରାୟଣନ ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଏହି ଯାଚିକା ଦାୟର କରିଛନ୍ତି । ନାରାୟଣନ କହିଛନ୍ତି, ଦୁଇ ଯାଚିକା ଦାଖଲ କରାଯାଇଛି ଏବଂ ସୁପ୍ରିମକୋର୍ଟ ରେଜିଷ୍ଟ୍ରା ଶୁଣାଣି ନମ୍ବର ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହି ଗତିରୋଧ ସମାପ୍ତ ପାଇଁ ଏବେ ବି ସରକାର ଏବଂ ସିଜେପି ମଧ୍ୟରେ ଆଲୋଚନା ଚାଲିଛି । ଅନ୍ୟପଟେ ଜଳବାୟୁ ବୈଜ୍ଞାନିକ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସରକାରଙ୍କଠୁ ପ୍ରତିଶ୍ରୁତି ପାଇବା ପରେ ବିଳମ୍ବିତ ରାତ୍ରିରେ ଆରମଣ ଅନଶନ ଭଙ୍ଗ କରିଛନ୍ତି ।
Also Read: ନିଟ୍ ପରୀକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ସରକାରଙ୍କ ପ୍ରତିଟି ପଦକ୍ଷେପ ଉପରେ ରଖାଯିବ ନଜର