ହାତୀ ଉପଦ୍ରବ: ରେଢ଼ାଖୋଳରେ ମହିଳାଙ୍କୁ ଦଳିଦେଲା, କୋଇଡାରେ ଘରେ ପଶି ଧାନ ଖାଇଲେ ହାତୀ
Khabar Odisha:State-Elephants-kills-woman-in-Rairakhol-of-Sambalpur-district-Elephant-eat-rive-in-Koida-of-Sundargarh

ଭୁବନେଶ୍ୱର, ମେ ୨୯ (ଖବର ଓଡ଼ିଶା): ରାଜ୍ୟରେ ହାତୀ ଉପଦ୍ରମ କମ ହେଉନାହିଁ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଳ ଅଂଚଳରେ ହାତୀ ଜଣେ ମହିଳାଙ୍କର ଜୀବନ ନେଇଛି । ନାକଟିଦେଉଳ ନିକଟ ହିତସରା ଗାଁରେ ମହିଳା ଜଣକ ବିଲକୁ ଯାଇଥିଲେ । ଏହି ସମୟରେ ଜଙ୍ଗଲ ଭିତରୁ ହାତୀ ଆସି ତାଙ୍କୁ କଚାଡି ଦେଇଥିଲା । ମହିଳଙ୍କା ମୃତ୍ୟୁ ଗାଁରେ ଉତ୍ତେଜନା ଦେଖାଯାଇଛି । ମହିଳାଙ୍କର ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ ବୋଲି ଗାଁ ଲୋକେ କହିଛନ୍ତି । ସେମାନେ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ରେଢ଼ାଖୋଳ ଅଞ୍ଚଳରେ ଏହା ହେଉଛି ୨ୟ ହାତୀ ଆକ୍ରମଣରେ ମୃତ୍ୟୁ । 

ଗତରାତିରେ ହାତୀମାନେ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଛନ୍ତି । ହାତୀପଲ ଘରେ ପଶି ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ଜିନିଷ ନଷ୍ଟ କରିଛନ୍ତି । କୋଇଡା ରେଞ୍ଜ ଅନ୍ତର୍ଗତ ବଣୁଆ ନିକଟ ଗିରେଇ ଗାଁରେ ହାତୀମାନେ ଏଭଳି ଉତ୍ପାତ କରିଛନ୍ତି । ତେବେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଧନଜୀବନ କ୍ଷତି ସହୁଥିବା ବେଳେ ବନ ବିଭାଗ ଶୁଣୁ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି । 

 

  • Tags:

Subscribe

National International State Sports Entertainment