ମନ୍ଦିରରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ଧୋନୀ, ପ୍ରଶଂସକଙ୍କ ସହିତ ଉଠାଇଲେ ଫଟୋ
Khabar Odisha:Sports-Mahendra-Singh-Dhoni-reached-devdi-temple-Ranchi-fans-queued-for-selfie

ରାଂଚି, ଫେବୃଆରୀ ୨୭ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଶୁକ୍ରବାର ରାଂଚିସ୍ଥିତ ପ୍ରସିଦ୍ଧ ଦିୱଦୀ ମନ୍ଦିର ଦର୍ଶନ କରିଛନ୍ତି । ମନ୍ଦିରରେ ଧୋନୀ ମା’ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ଏହି ସମୟରେ ତାଙ୍କୁ ଦେଖିବା ଲାଗି ପ୍ରଶଂସକଙ୍କର ପ୍ରବଳ ଭିଡ଼ ଲାଗିଥିଲା । 

ରାଂଚି ସହରଠାରୁ ଅଳ୍ପ ଦୂର ତମାଡରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଛି । ମନ୍ଦିରର ମୁଖ୍ୟ ପୂଜାରୀ ପଣ୍ଡିତ ମନୋଜ ପଣ୍ଡା ଏବଂ ନରସିଂହ ପଣ୍ଡା ପୂର୍ବତନ କ୍ରିକେଟର ଧୋନୀଙ୍କୁ ବିଧିବିଧାନର ସହିତ ପୂଜା କରାଇଥିଲେ । ଧୋନୀ ପାଖାପାଖି ୨୨ମିନିଟ ଯାଏଁ ମନ୍ଦିର ପରିସରରେ ଥିଲେ । ଧୋନୀ ମନ୍ଦିରକୁ ପହଂଚିବା ପରେ ସେଠାରେ ଥିବା ଶ୍ରଦ୍ଧାଳୁମାନେ ବହୁତ ଉତ୍ସାହିତ ଦେଖାଯାଉଥିଲେ । ଧୋନୀଙ୍କ ପ୍ରଶଂସକମାନେ ବହୁ ସଂଖ୍ୟାରେ ପହଂଚିଥିଲେ । କାରଣ ସେମାନେ ଧୋନୀଙ୍କ ସହିତ ସେଲ୍‌ଫି ନେବାକୁ ଉଦ୍ୟମ କରିଥିଲେ । ଅପରପକ୍ଷେ ଧୋନୀ ମଧ୍ୟ ନିଜର ପ୍ରଶଂସକଙ୍କୁ ନିରାଶ କରି ନାହିଁ । ଅନେକ ପ୍ରଶଂସକଙ୍କ ସହିତ ଫଟୋ ଉଠାଇଥିଲେ । 

ଧୋନୀ ମନ୍ଦିର ଦର୍ଶନ କରିବା ନେଇ ସ୍ଥାନୀୟ ପ୍ରଶାସନକୁ ପୂର୍ବରୁ ସୂଚନା ମିଳିଯାଇଥିଲା, ଯେଉଁଥି ପାଇଁ ସୁରକ୍ଷା ବଳ ମୁତୟନ ଥିଲେ । ଧୋନୀ ନିଜର ବନ୍ଧୁ ଚିଣ୍ଟୁଙ୍କ ସହତ ମା’ଙ୍କ ମନ୍ଦିରକୁ ଯାଇଥିଲେ । ଦର୍ଶନ ପରେ ରାଂଚିସ୍ଥିନ ନିବାସକୁ ଫେରି ଆସିଥିଲେ । ସୂଚନାଯୋଗ୍ୟ, କ୍ରିକେଟରୁ ଅବସର ନେବା ପରେ ଧୋନୀ ଏବେ ନିଜ ଫାର୍ମ ହାଉସରେ ଅଧିକ ସମୟ ବିତାଉଛନ୍ତି । ଫାର୍ମରେ କେମିତି ଭଳ ପନିପରିବା ଫଳିବ ସେନେଇ କାମ କରୁଛନ୍ତି । 

 

  • Tags:

Subscribe

National International State Sports Entertainment