ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସଂୟସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ ରବିବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ତାଙ୍କୁ ସଂଘ ପଦରୁ ହଟିବାକୁ କୁହେ ତେବେ ସେ ପଦରୁ ଇସ୍ତଫା ଦେଇ ଦେବେ । ଏହି ସଂଗଠନ ହିଁ ତାଙ୍କୁ ତାଙ୍କର ବୟସ ସତ୍ତ୍ୱେ କାମ ଜାରି ରଖିବାକୁ କହିଛି । ଆରଏସଏସ ଶତାବ୍ଦୀ ସମାରୋହ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ସହ । ଆଲୋଚନା ସମୟରେ ପ୍ରଶ୍ନର ଉତ୍ତର ଦେବା ବେଳେ ଏହା କହିଛନ୍ତି ଭାଗବତ ।
ଭାଗବତ କହିଛନ୍ତି, ଆରଏସଏସ ପ୍ରମୁଖ ପଦ ପାଇଁ କୌଣସି ନିର୍ବାଚନ ହୁଏ ନାହିଁ । ଆଞ୍ଚଳିକ ଓ ମଣ୍ଡଳ ପ୍ରମୁଖ ହିଁ ସଂଘ ପ୍ରମୁଖଙ୍କ ନିଯୁକ୍ତି କରିଥାନ୍ତି । ସାଧାରଣତଃ କୁହାଯାଏ ୭୫ ବର୍ଷ ବୟସ ପରେ କୌଣସିଙ୍କୁ ପଦ ଧାରଣ ବିନା ହିଁ କାମ କରିବା ଉଚିତ୍ । ଉଲ୍ଲେଖନୀୟ ୨୦୨୫ ସେପ୍ଟେମ୍ବରରେ ମୋହନ ଭାଗବତଙ୍କୁ ୭୫ ବର୍ଷ ପୂରିଛି ।
ଭାଗବତ କହିଛନ୍ତି ଏହି ବିଷୟରେ ସେ ସଂଗଠନକୁ ଅବଗତ କରାଇଥିଲେ । ମାତ୍ର ସଂଗଠନ ମୋତେ କାମ ଜାରି ରଖିବାକୁ କହିଛି । ଯେବେ ମୋତେ ଆରଏସଏସ ପଦ ଛାଡିବାକୁ କହିବ, ମୁଁ ଛାଡି ଦେବି, କିନ୍ତୁ କେବେ ବି କାମରୁ ଅବସର ନେବି ନାହିଁ । ଆରଏସଏସ ପ୍ରମୁଖ କହିଛନ୍ତି ପରିସ୍ଥିତି ଅନୁକୂଳ କିମ୍ବା ପ୍ରତିକୂଳ ହୋଇପାରେ , କିନ୍ତୁ ତାଙ୍କ ଉପରେ ସଂଗଠନ ଅଧିକ ଧ୍ୟାନ ଦେବା ଆବଶ୍ୟକତା ନାହିଁ ।
ସେ କହିଛନ୍ତି ଆମକୁ ସମସ୍ୟା ଉପରେ ଧ୍ୟାନ ନ ଦେଇ ସମାଧାନ ଖୋଜିବା ଉପରେ ଧ୍ୟାନ ଦେବା ଉଚିତ୍ । ଯେ ପର୍ଯ୍ୟନ୍ତ ସତ୍ୟତା ସାମ୍ନାକୁ ନ ଆସିଛି ସେ ପର୍ଯ୍ୟନ୍ତ ଭ୍ରମ ହିଁ ଉତ୍ପନ ହୋଇଥାଏ । ସଂଗଠନ ଶେଷ ପର୍ଯ୍ୟନ୍ତ ସ୍ୱଂୟସେବକଙ୍କଠୁ ସର୍ବଶ୍ରେଷ୍ଠ କାମ ଆଦାୟ କରିଥାଏ । ସଂଘରେ କେବେ ବି କାହାର ଅବସର ନେବା ପରି ସ୍ଥିତି ଉପୁଜି ନାହିଁ ବୋଲି ମୋହନ ଭାଗବତ କହିଛନ୍ତି ।
Also read: ବିଜେପିକୁ ଘର ବାହୁଡା ପାଇଁ ସିଦ୍ଧୁଙ୍କ ପ୍ରସ୍ତୁତି, କଂଗ୍ରେସରୁ ହଟିବା ପରେ ନବଜୋତ ରାହୁଲଙ୍କୁ କହିଲେ ପପୁ