ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ବିଶ୍ଵ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ଅବସରରେ ବାଲୁକାକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମହାବଳ ବାଘର ଏକ ବିରାଟ ଓ ସୁନ୍ଦର ବାଲୁକା କଳା ନିର୍ମାଣ କରି ସଚେତନତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଜଙ୍ଗଲରେ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ପାଇଁ ସେ ଏମିତି ଏକ ପ୍ରତିକୃତି ନିର୍ମାଣ କରିଛନ୍ତି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆମେ ସବୁବେଳେ ସଚେତନତା ରହିବ ଉଚିତ । ଏହି ଦିନ ପାଳନ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଟଡୋବା ଉତ୍ସବରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକକଳାକୁ ନିର୍ମାଣ କରିଛନ୍ତି ।