ଅଯୋଧ୍ୟା : ପ୍ରଭୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଆଜି ହେଉଛି ପ୍ରଥମ ବାର୍ଷିକ ଉତ୍ସବ । ଏଥିପାଇଁ ସଜେଇ ହୋଇଛି ସାରା ଅଯୋଧ୍ୟା। ରାମ ମନ୍ଦିରରେ ଯଜ୍ଞ ହୋମର ଆୟୋଜନ କରାଯାଇଥିବାବେଳେ ମନ୍ଦିରକୁ ୫୦ କ୍ଵିଣ୍ଟାଲ ଫୁଲରେ ସଜ୍ଜା ଯାଇଛି। ଆଜି ସକାଳ ୧୦ଟାରେ ବିଧି ଅନୁସାରେ ରାମଲାଲାଙ୍କ ମହାଅଭିଷେକ ଏବଂ ପୂଜା ହୋଇଥିଲା। କ୍ଷୀର, ଦହି ଏବଂ ଲହୁଣୀରେ ପ୍ରଭୁଙ୍କର ମହାସ୍ନାନ କରାଯାଇଥିଲା। ଏହାପରେ ରଙ୍ଗବସ୍ତ୍ର ,ପୁଷ୍ପ ଅଳଙ୍କାର ଆଦିରେ ଭୂଷଣ କରାଯାଇଥିଲା।
ଏହି ଅବସରରେ ଆଜି ସକାଳ ୧୧ଟାରେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାମଲଲାଙ୍କ ମନ୍ଦିରରେ ପହଞ୍ଚିଥିଲେ। ପ୍ରାୟ ଦୁଇ ହଜାର ସାଧୁ ସନ୍ଥ ବିଭିନ୍ନ ସ୍ଥାନରୁ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଦିନ ୧୨ ଟା୨୦ରେ ମହା ଆଳତୀ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ । ପ୍ରଭୁଙ୍କୁ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁଙ୍କ ଲକ୍ଷାଧିକ ଭିଡକୁ ଦୃଷ୍ଟି ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ସୂଚନା ଥାଉକି ୨୦୨୪ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ନିର୍ବାଣ ହୋଇଥିଲା। କିନ୍ତୁ ତିଥି ଅନୁସାରେ ଜାନୁଆରୀ ୧୧ ଅର୍ଥାତ୍ ଆଜିର ଦିନରେ ବର୍ଷ ପୂର୍ତ୍ତି ହେଉଥିବାରୁ ଭବ୍ୟ ଆୟୋଜନ କରାଯାଇଛି।