ପୁଣି ରେପୋ ରେଟ୍ ବଢାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଆହୁରି ମହଙ୍ଗା ହେବ ଘର, ଗାଡି ଋଣ
Khabar Odisha:RBI-hikes-key-interest-rate-by-35-bps
New Delhi:07/12/2022:

ପୁଣି ରେପୋ ରେଟ୍ ବଢାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଜନତାଙ୍କୁ ଲାଗିଛି  ଝଟ୍‌କା । ରେପୋ ରେଟ୍‌  ୫.୯0% ରୁ ୬.୨୫%କୁ ବୃଦ୍ଧି ପାଇଛି  ଫଳରେ ଆହୁରି ମହଙ୍ଗା ହେବ ଘର, ଗାଡି ଋଣ | ଲଗାତାର ତିନି ଥର ରେପୋ ରେଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଦେଶରେ ମୁଦ୍ରାସ୍ଫିତି ଉପରେ ରହିଥିବା ବେଳେ ରେପୋ ରେଟ୍ ବଢିବା ଦ୍ୱାରା ଦରଦାମ ଆହୁରୀ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୩୫ ପଏଂଟ୍ ରେପୋ ରେଟ୍ ତଥା ସୁଧ ହାର ବଢିବା ପରେ ଏବେ ୬ ଦଶମିକ୍ ୨୫ ପ୍ରତିଶତ ଛୁଇଁଛି ସୁଧ ହାର ।ଏନେଇ  ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି। ଏମ୍‌ପିସି ବୈଠକ ପରେ  ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରେପୋ ରେଟ୍ ବୃଦ୍ଧି ନେଇ ଏହି ଘୋଷଣା କରିଛନ୍ତି।  ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍‌ ଲୋନ୍‌, ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ। ଏହାସହ ଏଣିକି ଜନତା ଙ୍କୁ  ଅଧିକ EMI ଦେବାକୁ ମଧ୍ୟ ପଡ଼ିବ।  

ବର୍ଷର ଶେଷ ମାସରେ ରେପୋ ରେଟ୍‌ ବୃଦ୍ଧି ପରେ ଏହା ୬.୨୫%ରେ ପହଞ୍ଚିଛି। ଦେଶରେ ମୁଦ୍ରାସ୍ଫୀତି ହାରକୁ ୬% ଧାର୍ଯ୍ୟଠୁ କମ୍ କରିବା ଲକ୍ଷ୍ୟ ରହିଛି।  ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩ ଆର୍ଥିକ ବର୍ଷ ପାଇଁ ୬.୭% CPI ମୁଦ୍ରାସ୍ଫୀତିର ପୂର୍ବାନୁମାନ କରିଛି। ଏହାସହ ଆସନ୍ତା 1 ବର୍ଷ  ମଧ୍ୟରେ ମୁଦ୍ରାସ୍ଫୀତି ହାର ୪% ରୁ ଅଧିକ ରହିବ ବୋଲି ଆଶା ରହିଛି । 

Subscribe

National International State Sports Entertainment