ତେଲେଙ୍ଗାନା ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆଜି ତେଲେଙ୍ଗାନାରେ ଅନେକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ତିରୁପତି ବାଲାଜୀଙ୍କ ସହ ନିର୍ବାଚନ ପ୍ରଚାରର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆରମ୍ଭ କରିଥିଲେ। ସେ ମନ୍ଦିରରେ ସମ୍ପୂର୍ଣ୍ଣ ରୀତିନୀତିର ସହ ପୂଜା କରିଥିଲେ। ସେଠାରେ ସେ 140 କୋଟି ଭାରତୀୟଙ୍କ ସୁସ୍ଥ ସ୍ବାସ୍ଥ୍ୟ, କଲ୍ୟାଣ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ । ରବିବାରଠାରୁ ଦୁଇ ଦିନିଆ ଆନ୍ଧ୍ର ଗସ୍ତରେ ଆସିଛନ୍ତି ମୋଦି । ଦର୍ଶନ ସମୟରେ ମୋଦି ପାରମ୍ପାରିକ ବେଶଭୂଷାରେ ନଜର ଆସିଛନ୍ତି । ପୂଜା କରିବା ପରେ ମୋଦି ମନ୍ଦିର ପରିସରରେ ବୁଲୁ ଥିବା ସମୟର ତାଙ୍କ ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ମୋଦିଙ୍କ ଫଟୋ ଗୁଡ଼ିକୁ ୟୁଜର୍ସମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି ।
ଅଧିକ ପଢ଼ନ୍ତୁ : ‘ତେଜସ୍’ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି