ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ।
ଇଣ୍ଡିଗୋ 6E 6115 ବିମାନରେ ଲଗେଜ୍ ବିନରେ ରଖାଯାଇଥିବା ଜଣେ ଯାତ୍ରୀଙ୍କ ପାୱାରବ୍ୟାଙ୍କ୍ରୁ ଧୂଆଁ ଓ ନିଆଁ ବାହାରିବାରୁ କଲା ଜରୁରୀ ଅବତରଣ।
ସୂଚନା ଅନୁଯାୟୀ ଓଭରହେଡ୍ ଲଗେଜ୍ କମ୍ପାର୍ଟମେଣ୍ଟରେ ଥିବା ଜଣେ ଯାତ୍ରୀଙ୍କ ବ୍ୟକ୍ତିଗତ ଇଲେକ୍ଟ୍ରୋନିକ୍ ଡିଭାଇସ୍ (ପାୱାରବ୍ୟାଙ୍କ୍)ରୁ ହଠାତ୍ ଧୂଆଁ ଓ ନିଆଁ ବାହାରିଥିଲା। ଏହାପରେ ବିମାନର କ୍ୟାବିନ୍ କ୍ରୁ ସତର୍କତାର ସହ ନିଆଁକୁ ନିୟନ୍ତ୍ରଣ କରିଥିଲେ ଏବଂ ବିମାନଟି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
ଯାତ୍ରୀମାନଙ୍କୁ ଚେନ୍ନାଇ ପଠାଇବା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା।ପାଇଲଟ୍ମାନେ ବିମାନକୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ।