ନୂଆଦିଲ୍ଲୀ: ଭାରତରେ କେବଳ ସହରାଞ୍ଚଳ ନୁହେଁ ବରଂ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ କମ ପିଲା ଜନ୍ମ କରୁଛନ୍ତି । ଆମେ ଦୁଇ ଏବଂ ଆମର ଦୁଇ ନୀତିରେ ଚାଲି ଗାଁଗୁଡକରେ ମୋଟ୍ ପ୍ରଜନନ ହାର ପ୍ରଥମ ଥର ମହିଳା ପିଛା ୨.୧ ଶିଶୁ ପର୍ଯ୍ୟନ୍ତ ଖସି ଆସିଛି । ହାରାହାରି ଜଣେ ମହିଳା କେବଳ ଦୁଇ ସନ୍ତାନ ଜନ୍ମ ଦେଉଛନ୍ତି । ଏହା ହେଉଛି ଜନସାଂଖ୍ୟିକ ସୀମା, ଯାହା ଉପରେ ଜନ୍ମହାର ଓ ମୃତ୍ୟୁହାର ବରାବର ରହିଥାଏ । ଏହା ଫଳରେ ଜନସଂଖ୍ୟା ସ୍ଥିର ରହିଥାଏ । ଏଥିରୁ ଏହା ଜଣା ପଡୁଛି ମୋଟ୍ ପ୍ରଜନନ ହାର ପ୍ରଥମ ଥର ୨ରୁ ତଳକୁ ୧.୯କୁ ଖସି ଆସିଛି । ୨୦୨୩ ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ(ଏସଆରଏସ)ର ରିପୋର୍ଟ ବୁଧବାର ଜାରି କରାଯାଇଛି ।
ଗ୍ରାମାଞ୍ଚଳରେ ପ୍ରଜନନରେ ହ୍ରାସକୁ ଐତିହାସିକ ବୋଲି କୁହାଯାଉଛି । ଏଥିରୁ ଜଣା ପଡୁଛି ଗ୍ରାମୀଣ ଭାରତ ବୈଶ୍ୱିକ ଜନସଂଖ୍ୟା ରେକର୍ଡ ଆଧାରରେ ଆଗକୁ ବଢୁଛି । ଯଦି ପ୍ରଜନନ ହାର ଏହି ସ୍ତରରେ ଜାରି ରହେ ତେବେ ଗ୍ରାମାଞ୍ଚଳରେ ଜନସଂଖ୍ୟା ବଢିବା ପରିବର୍ତ୍ତେ ସ୍ଥିର ରହିବ । ଗ୍ରାମାଞ୍ଚଳରେ ପ୍ରଜନନ ହାର ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ୨.୨ରେ ସ୍ଥିର ରହିଛି । ଏହା ପରେ ୨୦୨୩ରେ ହ୍ରାସ ପରିଲଖିତ ହୋଇଛି । ସହରାଞ୍ଚଳ ଯେଉଁଠି ୨୦ ବର୍ଷ ପୂର୍ବେ ପ୍ରଜନନ ହାର ୨.୧ ତଳକୁ ଥିଲା, ୨୦୨୩ରେ ଏହା ୧.୫ ରେକର୍ଡ ହୋଇଛି ।ଏହା ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ୧.୬ରୁ କମ ରହିଛି ।
ଏହି ପରିବର୍ତ୍ତନ ଲଗାତାର ବଢୁଥିବା ମୃତ୍ୟୁ ହାରର ପୃଷ୍ଠଭୂମିରୁ ଆସିଛି । ଏହା କୋଭିଡ ପୂର୍ବ ସ୍ଥିତିକୁ ଫେରି ପାରି ନାହିଁ । ଭାରତର ଅଶୋଧିତ ମୃତ୍ୟୁ ହାର ୨୦୨୩ରେ ହଜାରେ ବ୍ୟକ୍ତି ପିଛା ୬.୪ ରହିଛି ଯାହା ୨୦୨୨ରେ ୬.୮ରୁ କମ ହେବ । ତଥାପି ୨୦୧୯ ଏବଂ ୨୦୨୦ରେ ରେକର୍ଡ ୬ରୁ ଉପରେ ହେବ । ମହାମାରୀ ପୂର୍ବରୁ ଭାରତରେ ଶେଷ ଥର ୨୦୧୬ରେ ହଜାରେ ଲୋକଙ୍କ ପିଛା ମୃତ୍ୟୁହାର ୬.୪ ରହିଥିଲା । ମହାମାରୀର ଦ୍ୱିତୀୟ ଲହରରେ ୨୦୨୧ରେ ମୃତ୍ୟୁହାର ବଢି ୭.୫ ପ୍ରତିଶତ ହୋଇଥିଲା ।
Also read: ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ସ ୨୦୨୫: ଶିକ୍ଷା ଓ ଅନୁସନ୍ଧାନ ଦେଶର ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ