ନୂଆଦିଲ୍ଲୀ: ଲୋକସଭାରେ ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ସଂପର୍କିତ ତିନି ଜରୁରୀ ବିଧେୟକ ଉପରେ ବିତର୍କ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିତର୍କ ଉପରେ ଜବାବ ଦେଇ କହିଛନ୍ତି ଯେ, ଏହି ଆଲୋଚନାରେ ୫୬ ମହିଳା ସାଂସଦ ଯୋଗ ଦେଲେ । ମହିଳା ସଂରକ୍ଷଣ ବିଧେୟକ ନେଇ କେହି ବିରୋଧ କରି ନାହାନ୍ତି । ଇଣ୍ଡିଆ ମେଣ୍ଟ ବିରୋଧ କଲା, କିନ୍ତୁ ଏହାର କ୍ରିୟାନ୍ୱୟନ ଉପରେ ନେଇ ବିରୋଧ କଲା । ୨୦୨୯ର ଲୋକସଭା ନିର୍ବାଚନ ମହିଳା ସଂରକ୍ଷଣ ଉପରେ ହେବ ବୋଲି ଅମିତ ଶାହ କହିଛନ୍ତି ।
ସେ କହିଛନ୍ତି, ସୀମା ନିର୍ଦ୍ଧାରଣର ବିରୋଧ ବାସ୍ତବରେ ଏସସି ଓ ଏସଟିର ବିରୋଧ । ୧୨୭ ସିଟ୍ ଏମିତି ରହିଛି, ଯେଉଁଠି ୨୦ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । କଂଗ୍ରେସ ଦେଶକୁ ସୀମା ନିର୍ଦ୍ଧାରଣରୁ ବଞ୍ଚିତ ରଖିଥିଲା । ୫୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଉଚିତ୍ ପ୍ରତିନିଧିତ୍ୱରୁ ବଞ୍ଚିତ ରଖିଛି । ଏହି ଅବସରରେ ଅମିତ ଶାହ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ବିଲ୍ ପାରିତ କରାନ୍ତୁ, ସରକାର ପ୍ରତି ରାଜ୍ୟରେ ୫୦ ପ୍ରତିଶତ ସିଟ୍ ବଢାଇବାକୁ ପ୍ରସ୍ତୁତ । ବିରୋଧି ଭୋଟ୍ ନ ଦେଲେ ଏହି ବିଲ୍ ପାରିତ ହୋଇ ପାରିବନି । ମାତ୍ର ଏହି ଦେଶର ମହିଳା ଦେଖୁଛନ୍ତି, ସେମାନଙ୍କ ରାସ୍ତାରେ ବାଧକ କିଏ ସାଜିଛି ? ହେଲେ ନିର୍ବାଚନ ଯେବେ ଆସିବ ମାୃତ ଶକ୍ତି ଏମାନଙ୍କୁ ହିସାବ ମାଗିବ ।
ଧର୍ମ ଆଧାରରେ ସଂରକ୍ଷଣ ହେବନି
ଅମିତ ଶାହ କହିଛନ୍ତି, ଭାରତୀୟ ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣକୁ ସ୍ୱୀକାର କରେ ନାହିଁ । ସଂରକ୍ଷଣ ପାଇବା ପାଇଁ ଯୋଗ୍ୟତା ଏମିତି ହେବା ଉଚିତ୍ ନୁହେଁ । ସଂରକ୍ଷଣ ଜନ୍ମରୁ ହିଁ ମିଳିଥାଏ। ଏହାକୁ କୌଣସି ପ୍ରକାରେ ପ୍ରାପ୍ତ କରାଯାଇ ପାରିବ ନାହିଁ । ସମ୍ବିଧାନରେ କୌଣସିଥିରେ ଧର୍ମ ଆଧାରରେ ସଂରକ୍ଷଣ ଦେବାର ପ୍ରାବଧାନ ନାହିଁ ।
କଂଗ୍ରେସ ଏକ ଓବିସି ବିରୋଧୀ ଦଳ
ସେ କହିଛନ୍ତି ଯେ ଓବିସିଙ୍କ ସବୁଠାରୁ ଅଧିକ ବିରୋଧ କରୁଥିବା ଦଳ ହେଉଛି କଂଗ୍ରେସ ଦଳ। କଂଗ୍ରେସ ୧୯୫୧ ଏବଂ ୧୯୭୧ରେ ଜାତିଗତ ଜନଗଣନାକୁ ବିରୋଧ କରିଥିଲା ଏବଂ ବର୍ତ୍ତମାନ ନିର୍ବାଚନରେ ହାରିବା ପରେ ଓବିସିର ସମର୍ଥକ ପାଲଟିଛି। କଂଗ୍ରେସ ଏପର୍ଯ୍ୟନ୍ତ ଗୋଟିଏ ବି ଓବିସି ପ୍ରଧାନମନ୍ତ୍ରୀ ନିର୍ବାଚିତ କରିନାହିଁ। କଂଗ୍ରେସ ଅତ୍ୟନ୍ତ ପଛୁଆ ଜାତିର ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛି।
ଶାହ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାରରେ ୨୭ ଜଣ ମନ୍ତ୍ରୀ ଓବିସି ସମ୍ପ୍ରଦାୟର, ଯାହା ଜନସଂଖ୍ୟାର ୪୦ ପ୍ରତିଶତ ପ୍ରତିନିଧିତ୍ୱ କରେ। ମୋଦି ସରକାର ଓବିସି କମିଶନକୁ ସାମ୍ବିଧାନିକ ସ୍ୱୀକୃତି ଦେଇଛନ୍ତି ଏବଂ ଓବିସି ତାଲିକା ସଂଶୋଧନ କରିବାର କ୍ଷମତା ଦେଇ ଏହାକୁ ସଶକ୍ତ କରିଛନ୍ତି।