ନୂଆଦିଲ୍ଲୀ: ମୁଦ୍ରା ଯୋଜନାର ୧୦ ବର୍ଷ ପୂରଣ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ଏହି ଅବସରରେ ସେ କହିଥିଲେ, 'ମୁଁ ସାରା ଭାରତରୁ ମୁଦ୍ରା ହିତାଧିକାରୀମାନଙ୍କୁ ମୋ ବାସଭବନକୁ ନିମନ୍ତ୍ରଣ କରିଛି।' ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ତାଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ଆକର୍ଷଣୀୟ ସୂଚନା ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜି ଯେତେବେଳେ ଆମେ ମୁଦ୍ରା ଯୋଜନାର ୧୦ ବର୍ଷ ପୂରଣ କରୁଛୁ, ମୁଁ ସେହି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଯେଉଁମାନଙ୍କର ଜୀବନ ଏହି ଯୋଜନା ଯୋଗୁଁ ବଦଳିଛି। ଏହି ଦଶନ୍ଧିରେ, ମୁଦ୍ରା ଯୋଜନା ଅନେକ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛି। ଏହା ପୂର୍ବରୁ ଆର୍ଥିକ ସହାୟତାରୁ ବଞ୍ଚିତ ହୋଇଥିବା ଲୋକମାନଙ୍କୁ ସଶକ୍ତ କରିଛି। ଏହା ଦର୍ଶାଉଛି ଯେ ଭାରତର ଲୋକଙ୍କ ପାଇଁ କିଛି ଅସମ୍ଭବ ନୁହେଁ। ସେ କହିଥିଲେ ଯେ ଏହି ଯୋଜନା ଅଧୀନରେ ସରକାର ୩୨ ଲକ୍ଷ କୋଟି ଟଙ୍କାର ଋଣ ବଣ୍ଟନ କରିଛନ୍ତି।
- ସଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ୮ ଏପ୍ରିଲ, ୨୦୧୫ରେ ଆରମ୍ଭ ହୋଇଥିଲା ଏବଂ ଆଜି ଏହି ଯୋଜନା ୧୦ ବର୍ଷ ପୂରଣ କରିଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜି ଭାରତର ଯୁବପିଢ଼ି ସବୁକିଛି କରିପାରିବେ। ଯଦି ତାଙ୍କୁ ଟିକିଏ ସାହାଯ୍ୟ ମିଳେ, ତେବେ ଫଳାଫଳ ବହୁତ ଭଲ ହେବ। ମୁଁ ଚାହେଁ ଯେ ଅଧିକରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାନ୍ତୁ। ବିନା ଗ୍ୟାରେଣ୍ଟିରେ ୩୩ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦ ବର୍ଷ ବିତିଗଲାଣି। ଏହା ଏପରି ଏକ ସରକାର ଯାହା ଯୋଜନାର ୧୦ ବର୍ଷ ପରେ ଗଣନା କରୁଛି। ସେ ଲୋକମାନଙ୍କୁ ସେମାନଙ୍କର ଚିନ୍ତା ବିଷୟରେ ପଚାରୁଛନ୍ତି ଏବଂ ସୂଚନା ସଂଗ୍ରହ କରୁଛନ୍ତି ଯାହା ଦ୍ଵାରା ଯୋଜନାରେ ଆହୁରି ପରିବର୍ତ୍ତନ କରାଯାଇପାରିବ ଏବଂ ଏହାକୁ ଉନ୍ନତ କରାଯାଇପାରିବ।
ଅଧିକ ପଢ଼ନ୍ତୁ: ୯୦ ଦିନ ପାଇଁ ଶୁଳ୍କ ଉପରେ ରୋକ୍ ଲଗାଉଛନ୍ତି କି ଡୋନାଲ୍ଡ ଟ୍ରମ୍ପ?