ନୂଆଦିଲ୍ଲୀ: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ ସେ ଦେଶର କାରିଗର ଏବଂ ବୁଣାକାରମାନଙ୍କ ଅନନ୍ୟ ଅବଦାନକୁ ସମ୍ମାନ ଜଣାଇବା ସହ 'ସ୍ୱଦେଶୀ' ଏବଂ 'ଆତ୍ମନିର୍ଭର ଭାରତ'ର ବାର୍ତ୍ତାକୁ ଆହୁରି ବ୍ୟାପକ କରିଛନ୍ତି।
ପ୍ରଧାନମନ୍ତ୍ରୀ ନିଜର ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିବା ଏହି ଭିଡିଓରେ ଭାରତୀୟ ହସ୍ତତନ୍ତର ବିଭିନ୍ନ ରୂପ ଏବଂ ଏହାର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି। ସେ ଦେଶର ଯୁବପିଢ଼ିଙ୍କୁ ନିତିଦିନିଆ ଜୀବନରେ ହସ୍ତତନ୍ତ ସାମଗ୍ରୀ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି, ଯାହା ଦ୍ୱାରା ଦେଶର ପାରମ୍ପରିକ ଶିଳ୍ପକୁ ନୂତନ ଜୀବନ ମିଳିପାରିବ।
ଭାରତୀୟ ବୁଣାକାରମାନଙ୍କ କଠିନ ପରିଶ୍ରମ ଓ ସୃଜନଶୀଳତାକୁ ପ୍ରଶଂସା କରିବା ସହ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ କହିଛନ୍ତି। ଏହି ସ୍ୱତନ୍ତ୍ର ଦିବସରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧି ସେଗୁଡ଼ିକର ଫଟୋ ସେୟାର କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।
Also Read: ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: Gen Z ଆମର ନିଜ ଲୋକ, ସେମାନେ ଦେଶବିରୋଧୀ ନୁହଁନ୍ତି; ମୋହନ ଭାଗବତ