ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଝାନ୍ସୀର କୁଖ୍ୟାତ ମାଫିଆ ତଥା ପୂର୍ବତନ ସାଂସଦ ଅତିକ୍ ଅହମ୍ମଦଙ୍କ ପରିବାର ଉପରେ ପୁଣି ଦୁଃଖର ପାହାଡ଼ ଖସିପଡ଼ିଛି । ଅତିକ୍ଙ୍କ ସାନ ପୁଅ ଆବାନ୍ ଅହମ୍ମଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଝାନ୍ସୀ ଜେଲ୍ରେ ବନ୍ଦୀ ଥିବା ତାଙ୍କ ଭାଇ ଅଲି ଅହମ୍ମଦଙ୍କୁ ଭେଟିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ତାଙ୍କ ବନ୍ଧୁ ସୋନୁ (ଆହଜାମ) ମଧ୍ୟ ପ୍ରାଣ ହରାଇଛନ୍ତି । କାରରେ ଥିବା ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।
ତେବେ ଅତିକ୍ ଅହମ୍ମଦଙ୍କ ପରିବାର ବିଗତ ଅଢ଼େଇ ବର୍ଷରେ ଏହା ଷଷ୍ଠତମ ମୃତ୍ୟୁ ଘଟଣା । ଅତିକଙ୍କ ପରିବାରରେ ମାତ୍ର କେଇଟା ବର୍ଷରେ ୬ ଜଣ ପ୍ରାଣ ହରାଇଛନ୍ତି । ୨୪ ଫେବୃଆରୀ ୨୦୨୩ରେ ପ୍ରୟାଗରାଜର ବହୁଜନ ସମାଜବାଦୀ ପାର୍ଟୀର ପୂର୍ବତନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଥିବା ଉମେଶ ପାଲ ଏବଂ ତାଙ୍କର ୨ ଜଣ ସରକାରୀ ଗନମ୍ୟାନଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ଅତିକ୍ ଅହମ୍ମଦ, ପୁଅ ଅସଦ ଅହମ୍ମଦ ଓ ଭାଇ ଅସରଫ, ଉସ୍ମାନ ଓ ସହଯୋଗୀ ଅରବାଜ ଅଭିଯୁକ୍ତ ଥିଲେ । ୨୭ ଫେବୃଆରୀ, ୨୦୨୩ରେ ପ୍ରୟାଗରାଜ ପୁଲିସ ଅରବାଜକୁ ଏନକାଉଣ୍ଟର କରିଥିଲା । ଅରବାଜ ଅତୀକ୍ ର ଘନିଷ୍ଠ ଥିଲା । ସେହିପରି ୬ ମାର୍ଚ୍ଚରେ ତାର ଆଉ ଜଣେ ସହଯୋଗୀ ବିଜୟ ଚୌଧୁରୀ ଓରଫ୍ ଉସ୍ମାନକୁ ପୋଲିସ ଏନକାଉଣ୍ଟର କରିତିଲା । ସେ ଉମେଶ ପାଲ ଉପରେ ଗୁଳି ଚଳାଇଥିଲା । ୧୩ ଏପ୍ରିଲରେ ଫେରାର ଥିବା ଅତୀକର ତିନି ନମ୍ବର ପୁଅ ଅସଦ ଅହମ୍ମଦ ଏବଂ ତାର ସହଯୋଗୀ ଗୁଲାମ ମଧ୍ୟ ପୋଲିସ ଏନକାଉଣ୍ଟରେ ପ୍ରାଣ ହରାଇଥିଲେ ।
୧୫ ଏପ୍ରିଲ ୨୦୨୩ରେ ଅତୀକ୍ ଏବଂ ତାର ଭାଇ ଅଶରଫକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବାବେଳେ ତିନି ଜଣ ଦୁର୍ବୃତ୍ତ ସାମ୍ବାଦିକ ବେଶରେ ଆସି ଦୁଇ ଜଣଙ୍କ ଉପରୁ ଗୁଳି ଅତର୍କିତ ଗୁଳି ଚଳାଇଥିଲେ । ଘଟଣା ସ୍ଥଳରେ ଦୁଇ ଜଣ ଟଳିପଡ଼ିଥିଲେ ।
ଅପରାଧୀରେ ପୂର୍ଣ୍ଣ ସମ୍ପୂର୍ଣ୍ଣ ପରିବାର
ଅତିକର ଅହମ୍ମଦଙ୍କ ପତ୍ନୀ ଶାଇସ୍ତା ପରୱିନ୍ ଏବେ ବି ଉମେଶ ପାଲ ହତ୍ୟା ମାମଲାରେ ଦୀର୍ଘ ଦିନ ଧରି ଫେରାର୍ ଅଛନ୍ତି । ଅତିକ୍ ଙ୍କ ବଡ଼ ପୁଅ ଉମର ଅହମ୍ମଦ ଲକ୍ଷ୍ନୌ ଜେଲରେ ନ୍ୟାୟିକ ହେପାଜତରେ ରହିଛି । ଅଲି ଅହମ୍ମଦ ନୈନି କେନ୍ଦ୍ରୀୟ ଜେଲରେ ଅଛି । ତାଙ୍କର ତୃତୀୟ ପୁଅ ଅସଦ ଅହମ୍ମଦ ଏପ୍ରିଲ ୨୦୨୩ ରେ ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ। ତାଙ୍କର ଚତୁର୍ଥ ପୁଅ ଆବାନ ଏବେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସାନ ପୁଅ ଏହଜାମଙ୍କ ଅକ୍ଟୋବର ୨୦୨୩ ରେ ଏକ ଶିଶୁ ସୁଧାର ଗୃହରୁ ମୁକ୍ତ ହେବା ପରଠାରୁ ତାଙ୍କ ପିଉସୀଙ୍କ ସହିତ ରହୁଛି । ଏମିତିରେ ଅପରାଧରେ ଲିପ୍ତ ଅତିକର ପରିବାର ଛାରଖାର ହୋଇଯାଇଛି ।