ଅଣ ବିଜେପି ରାଜ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ଓଡ଼ିଶାରେ ଅଧିକ ଲୋକପ୍ରିୟ ମୋଦୀ
Khabar Odisha:Odisha-people-more-satisfied-by-Narendra-Modi
ନୂଆଦିଲ୍ଲୀ, ଜୁନ 2(ଖବର ଓଡ଼ିଶା):

 ମହାମାରୀ କରୋନା ଲଢେଇ ଭିତରେ ମଧ୍ୟ ଦେଶରେ ବଢ଼ି ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ବିଶେଷ କରି ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କରେ ମୋଦୀଙ୍କ ଲୋକପ୍ରିୟତା ଅଧିକ । ଓଡ଼ିଶାରେ ଅଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀ ।

ଆଇଏନଏସ-ସି ଭୋଟର ‘ଷ୍ଟେଟ୍‌ ଅଫ ଦ ନେସନ ୨୦୨୦’ର ସର୍ଭେ ଅନୁସାରେ ୬୫.୬୯ ପ୍ରତିଶତ ଭାରତୀୟ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସନ୍ତୁଷ୍ଟ ଅଛନ୍ତି। କରୋନା ମହାମାରୀ କାରଣରୁ ସମସ୍ତ ବିଶ୍ଵ ନେତୃତ୍ଵଙ୍କ ଲୋକପ୍ରିୟତାରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପଡ଼ିନାହିଁ। ଦେଶରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଦୀଙ୍କ କାର୍ଯ୍ୟରେ ୫୮.୩୬ ପ୍ରତିଶତ ଭାରତୀୟ ବହୁତ ସନ୍ତୁଷ୍ଟ ।

ସର୍ଭେ ଅନୁଯାୟୀ, ଅଣ ବିଜେପି ଶାସିତ ରାଜ୍ୟ ଓଡିଶାରେ ମୋଦୀଙ୍କ ଲୋକ ପ୍ରିୟତା ସବୁଠୁ ଅଧିକ ରହିଛି। ଓଡିଶାରେ ୯୫.୬ ପ୍ରତିଶତ ଲୋକ ମୋଦୀଙ୍କ ପ୍ରତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୪.୮୭ ପ୍ରତିଶତ ବହୁତ ସନ୍ତୁଷ୍ଟ ଅଛନ୍ତି। ରାଜ୍ୟର କେବଳ ୨.୨ ପ୍ରତିଶତ ହିଁ ମୋଦୀଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି ।

ଓଡିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରିୟତା ବହୁତ ଅଧିକ ରହିଛି। ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟତା ହାର ୯୩.୫ ପ୍ରତିଶତ, ଛତିଶଗଡରେ ୯୨.୭୩ ପ୍ରତିଶତ ଏବଂ ଆନ୍ଧ୍ର ପ୍ରଦେଶରେ ୮୩.୬ ପ୍ରତିଶତ ରହିଛି। 

ସେହିପରି ଝାରଖଣ୍ଡରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଅଧିକ ରହିଛି। ସେଠାରେ ମୋଦୀଙ୍କୁ ୬୪.୨୬ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକ ପ୍ରିୟତା ୮୨.୯୭ ପ୍ରତିଶତ ରହିଛି।

 ଶିବସେନା-କଂଗ୍ରେସ-ଏନସିପିର ମେଣ୍ଟ ଶାସିତ ମହାରାଷ୍ଟ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ମହାରାଷ୍ଟ୍ରରେ ୭୧.୪୮ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି।

  • Tags:

Subscribe

National International State Sports Entertainment