ଦେଶରେ ପୁଣି ପୂର୍ବ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ପ୍ରାୟ ୨୧ ହଜାର ଆକ୍ରାନ୍ତ ଚିହ୍ନଟ , ୩୭୯ ଜଣଙ୍କ ମୃତ୍ୟୁ
Khabar Odisha:National-record-number-of-Corona-positive-and-death-case-in-24-hours-in-India
ନୂଆଦିଲ୍ଲୀ, ଜୁଲାଇ ୩ (ଖବର ଓଡ଼ିଶା):

 ଭାରତରେ ରେକର୍ଡ ଭାଙ୍ଗିଛି ମହାମାରୀ କରୋନା ଭାଇରସ ।ଦିନକୁ ଦିନ ଦେଶରେ କାୟା ବିସ୍ତାର କରିଚାଲିଛି ।  ଆଜି ପୁଣି ଦେଶରେ ପ୍ରାୟ ୨୧ହଜାର ଆକ୍ରାନ୍ତ ଚିହ୍ନଟ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୨୫ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା  ୧୮ ହଜାର ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ମହାମାରୀ କରୋନା ଭାରତରେ ମଧ୍ୟ ଦିନକୁ ଦିନ ଭୟଙ୍କର ରୂପ ନେଉଛି ।ଗତ ୨୪ ଘଣ୍ଟାରେ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହା ପୁଣି ପୂର୍ବ ଆକ୍ରାନ୍ତ ଚିହ୍ନଟର ରେକର୍ଡ ଭାଙ୍ଗିଛି । ଏହା ସହ ୩୭୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।    ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୨୫ ହଜାର ୫୫୪ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩, ୭୯ ହଜାର ୮୯୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୨୭ ହଜାର ୪୩୯ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୨୭ ହଜାର ୪୩୯ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

  • Tags:

Subscribe

National International State Sports Entertainment