କରୋନାରେ ଲାଗୁନି ବ୍ରେକ : ଦିନକରେ ପୁଣି ୨୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଗଲା ୪୬୭ ଜଣଙ୍କ ଜୀବନ
Khabar Odisha:National-Corona-positive-and-death-case-in-24-hours-in-India
ନୂଆଦିଲ୍ଲୀ, ଜୁଲାଇ ୭(ଖବର ଓଡ଼ିଶା):

 ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କରୋନା । ଦେଶରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦେଶରେ ୨୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ୧୯ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦ ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ମାଡ଼ି ଚାଲିଛି କରୋନା ।ସ୍ଥିତି ବେକାବୁ ହେଉଛି ।ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି।   ଏହା ସହ ୪୬୭  ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ୧୯ ହଜାର ୬୬୫ ରେ ପହଂଚିଛି ।  ଭାରତରେ ୨୦ ହଜାର ୧୬୦ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୪ ଲକ୍ଷ ୩୯ ହଜାର ୯୪୮ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୫୯ ହଜାର ୫୫୭ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୫୯ ହଜାର ୫୫୭  ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ମହାରାଷ୍ଟ୍ରରେ ସ୍ଥିତି ଜଟିଳ ହେଉଛି । ମହାରାଷ୍ଟ୍ରରେ ୨ ଲକ୍ଷ ୧୧ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ୯ ହଜାର ପାର ହୋଇଛି ।

  • Tags:

Subscribe

National International State Sports Entertainment