କରୋନା ମୁକାବିଲା କରୁଛି ଭାରତ: ବିପଦ ସମୟରେ ଏହି ଦେଶଗୁଡ଼ିକୁ ଆଜିଠୁ ପଠାଇଲା ଟିକା
Khabar Odisha:Nation-covid-19-India-to-supply-corona-vaccine-neighboring-countries-from-today

ନୂଆଦିଲ୍ଲୀ, ଜାନୁଆରୀ ୨୦ (ଖବର ଓଡ଼ିଶା): ଟିକାକରଣ ଆରମ୍ଭ ହେବା ସହ ଭାରତରେ କରୋନା ଭାଇରସ୍‌ ଏବେ ନିୟନ୍ତ୍ରଣକୁ ଆସିଛି। ମହାମାରୀ ସମୟରେ ଭାରତ ନିଜର ପଡୋଶୀ ଦେଶ ପାଇଁ ଆଶାର ସଂଚାର ଆଣିପାରିଛି। ଆଜି ଠାରୁ ଭାରତ ୭ଟି ଦେଶକୁ ସମୟକ୍ରମେ ଟିକା ରପ୍ତାନୀ କରିଛି। ସର୍ବପ୍ରଥମେ ଭୂଟାନକୁଟିକା ପଠାଇଛି । ଏହା ପରେବାଂଲାଦେଶ, ନେପାଳ ଓ ମାଳଦ୍ୱୀପକୁ କରୋନା ଟିକା ପଠାଇବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ମରିସସରୁ ଅନୁମତି ମିିଳିବା ପରେ ସେଠାକୁ ମଧ୍ୟ ଟିକା ପଠାଇବ।

ସରକାରଙ୍କ କହିବା ଅନୁସାରେ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମୟକ୍ରମେ ବନ୍ଧୁ ରାଷ୍ଟ୍ରକୁ ଟିକା ଯୋଗାଇବ। ସୂଚନାଯୋଗ୍ୟ, ଭାରତ କରୋନା ମହାମାରୀ ସମୟରେ ବନ୍ଧୁ ରାଷ୍ଟ୍ରକୁ ତମାମ ମେଡିକାଲ ସାରଂଜାମ ଠାରୁ ଆରମ୍ଭ କରି ହାଇଡ୍ରୋକ୍ଲୋରୋକୁଇନ, ପାରାସିଟାମଲ ଓ ଅନ୍ୟ ଔଷଧ ରପ୍ତାନୀ କରିଥିଲା। ଭାରତ ମହାମାରୀ ସମୟରେ ବନ୍ଧୁ ରାଷ୍ଟ୍ରରେ ସ୍ୱାସ୍ଥ୍ୟ ସୁବିଧା ମଜବୁତ କରିବା ଲାଗି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ସୁବିଧା ମଧ୍ୟ ଦେଇଥିଲା।
ଦେଶରେ କରୋନା ଟିକାକରଣ କାମକୁ ତୀବ୍ର କରାଯାଇଛି। ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ-୧୯ ଟିକା ନେଇ ମୋଟ ୦.୧୮ ପ୍ରତିଶତ ଲୋକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି। ୦.୦୦୨ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ନୀତି ଆୟୋଗର ସଦସ୍ୟ ଭିକେ ପାଲ କହିଛନ୍ତି ଯେ, ଟିକାକରଣ ପରେ ଖରାପ ପ୍ରଭାବ ଓ ସମସ୍ୟା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ।
 

  • Tags:

Subscribe

National International State Sports Entertainment