ଭାରତୀୟଙ୍କୁ ଆଶ୍ବସ୍ତି! ୨୪ ଘଣ୍ଟାରେ ୧୪,୦୭୩ ନୂଆ କରୋନା ପଜିଟିଭ, ୧୪୬ ଜଣଙ୍କ ମୃତ୍ୟୁ
Khabar Odisha:Nation-corona-report-340-crore-corona-positive-in-India-452156-lakh-dead

ନୂଆଦିଲ୍ଲୀ, ଅକ୍ଟୋବର ୧୭ (ଖବର ଓଡ଼ିଶା): କରୋନା ଭାଇରସ ମହମାରୀ ନେଇ ଭାରତୀୟଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି। ଦେଶରେ କରୋନା ଭାଇରସ ନିମ୍ନଗାମୀ ହେଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଦେଶରେ ୧୪ ହଜାର ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ରହିଛି ୧୪୬ରେ।

ବିଗତ ୨୪ ଘଣ୍ଟା ପୂର୍ବରୁ ଦେଶରେ ୧୬ ହଜାର ୦୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ ହଜାର ୮୬୮ ଜଣ ସୁସ୍ଥ ହୋଇଥିଲେ। କିନ୍ତୁ ୧୬୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। 

ଦେଶରେ ଅକ୍ଟୋବର ୧୫ ତାରିଖରେ ୧୭ ହଜାର ୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୩୮୮ ଜଣ ସୁସ୍ଥ ହୋଇଥିଲେ। କିନ୍ତୁ ୩୭୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିଗତ ୩ ଦିନ ହେଲା, ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୧୪ ତାରିଖରେ ୧୯ ହଜାର ୧୮୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। କରୋନାରୁ ୧୯ ହଜାର ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୨୪୯ ଜଣଙ୍କର ମୃତ୍ୟୁ ହୋଇଥିଲା।

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୪୦ ଲକ୍ଷ  ୬୬ ହଜାର ୭୬୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୪ ଲକ୍ଷ ୧୨ ହଜାର ୧୩୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୫୨ ହଜାର ୧୫୬ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୨ ଲକ୍ଷ ୨ ହଜାର ୪୬୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।      

 

  • Tags:

Subscribe

National International State Sports Entertainment