ଆସନ୍ତା ସପ୍ତାହରେ ଭାରତକୁ ଭେଣ୍ଟିଲେଟର ପଠାଇବ ଆମେରିକା: ଡୋନାଲ୍ଡ ଟ୍ରମ୍ପ
Khabar Odisha:Nation-US-to-ship-first-tranche-of-100-donated-ventilators-to-India-next-week-white-house-Donald-trump

ନୂଆଦିଲ୍ଲୀ, ଜୁନ ୦୩ (ଖବର ଓଡ଼ିଶା): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି, ଆସନ୍ତା ସପ୍ତାହରେ ଭାରତକୁ ଅନୁଦାନ ଦିଆଯାଇଥିବା ୧୦୦ ଭେଣ୍ଟିଲେଟରର ପ୍ରଥମ ପର୍ଯ୍ୟାୟରେ ପଠାଯିବାକୁ ପ୍ରସ୍ତୁତି ଚାଲିଛି । ଡୋନାଲ୍ଡ ଟ୍ରମ୍ପ କନଫରେନ୍ସ କଲ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ସମୟରେ ଏହି ସୂଚନା ଦେଇଛନ୍ତି । 

ହ୍ୱାଇଟ ହାଉସ ତରଫରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଙ୍ଗଳବାର ରାତି କଥା ହୋଇଛନ୍ତି । ଉଭୟ ନେତା ଜୀ-୭ ସମ୍ମିଳନୀ, କରୋନା ଭାଇରସ ସଂକଟ ଓ ଆଞ୍ଚଳିକ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଏହା ଘୋଷଣା କରିବା ସହିତ ଖୁସିଥିଲେ । ସେ କହିଥିଲେ ଯେ, ଆମେରିକା ୧୦୦ଟି ଭେଣ୍ଟିଲେଟର ପ୍ରଥମ ପର୍ଯ୍ୟାୟରେ କିଛି ପଠାଇବ । 

ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନରେ କଥା ହୋଇ ପରବର୍ତ୍ତୀ ଜୀ-୭ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ଭାରତ ମଧ୍ୟ ବହୁପ୍ରତିକ୍ଷୀତ ସମ୍ମିଳନୀରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛି । ଉଭୟ ନେତାଙ୍କ ମଧ୍ୟରେ କରୋନା ମହାମାରୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ଥିତି ଓ ଜୀ-୭କୁ ନେଇ ଆଲୋଚନା କରିଛନ୍ତି ।  

 

  • Tags:

Subscribe

National International State Sports Entertainment