ଜମ୍ମୁ କଶ୍ମୀର: ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା, ତ୍ରାଲରେ ୩ ଆତଙ୍କବାଦୀ ନିହତ
Khabar Odisha:Nation-Three-terrorist-killed-in-encounter-in-Tral-of-Jammu-and-Kashmir

ଶ୍ରୀନଗର, ଫେବୃଆରୀ ୧୯ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଯବାନମାନେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱସ୍ତ ସୂତରୁ ମିିଳଥିବା ସୂଚନା ଅନୁସାରେ ନିହତ ହୋଇଥିବା ଆତଙ୍କବାଦୀମାନେ ଥିଲେ ସ୍ଥାନୀୟ । ସେମାନଙ୍କ ଠାରୁ ଗୋଟିଏ ଏକେ-୪୭, ଏକେ-୫୬ ଓ ହ୍ୟାଣ୍ଡ-ଗ୍ରେନେଡ ଜବତ ହୋଇଛି । 

ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଜମ୍ମୁ କଶ୍ମୀର ପୋଲିସ, ସିଆରପିଏଫ ଏବଂ ସେନାର ସଂଯୁକ୍ତ ଟିମ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି । ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରିଥିଲେ । ଏହା ପରେ ଏନକାଉଣ୍ଟର ହୋଇଥିଲା ।

ଜମ୍ମୁ କଶ୍ମୀର ପୋଲିସ ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି, ଘଟଣାସ୍ଥଳରୁ ତିନି ଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏମାନଙ୍କର ପରିଚୟ ଖୋଜା ଚାଲିଛି । ଆତଙ୍କବାଦୀଙ୍କୁ ନିହତ କରାଯିବା ପରେ ସେଠାରୁ ସଶସ୍ତ୍ର ଜବତ ହୋଇଛି । 

ଜମ୍ମୁ କଶ୍ମୀରରେ  ଆଇଏସଆଇ ଆକ୍ରମଣ କରିବା ନେଇ ଷଡ଼ଯନ୍ତ୍ର କରୁଛି ଏବଂ ପୁଲୱାମା ଭଳି ଆକ୍ରମଣ କରିବାକୁ ଯୋଜନା କରୁଛି । ସୂତ୍ର ଅନୁସାରେ ଜୈଶ, ଲସ୍କର, ହିଜବୁଲ ଓ ଅନସାର ଗଜବତ-ଉଲ-ହିନ୍ଦର ନୂଆ ସମୂହ କଶ୍ମୀରରେ ସୁରକ୍ଷା ବଳ ଉପରେ ଆକ୍ରମଣ କରିପାରେ । ଗୁଇନ୍ଦା ବିଭାଗକୁ ଏହି ସୂଚନା ମିିଳିବା ପରେ ଆଲର୍ଟ ଜାରି କରାଯାଇଛି । 

   

 

  • Tags:

Subscribe

National International State Sports Entertainment