ଦେଶର ଏହି ମନ୍ଦିରର କବାଟ କେବଳ ରକ୍ଷାବନ୍ଧନରେ ଖୋଲିଥାଏ, ଜାଣନ୍ତୁ ଅଧିକ ତଥ୍ୟ
Khabar Odisha:Nation-The-doors-of-this-Bansi-Nrayan-temple-open-only-on-Raksha-bandhan

ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ଭାରତକୁ ଧାର୍ମିକ ଦୃଷ୍ଟିକୋଣରୁ ସର୍ବାଧିକ ବଡ଼ କେନ୍ଦ୍ର କୁହାଯାଇଥାଏ ଏବଂ ଏହା କୁହାଯିବାର କାରଣ ହେଲଶ ଦେଶରେ ଲକ୍ଷାଧିକ ମନ୍ଦିର ରହିଛି । ଏଠାରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ବିରଳ ମନ୍ଦିର ଦେଖିବାକୁ ମିଳିବ । କିଛି ମନ୍ଦିରର ରହସ୍ୟ ଭିନ୍ନ ଏବଂ ଏହାର କିମ୍ବଦନ୍ତୀ ଅଲଗା । ଭାରତର ପ୍ରାଚୀନ ଇତିହାସରେ ଏହିଭଳି ଭାବରେ ରୋମାଞ୍ଚକର କାହାଣୀ ଲୁଚି ରହିଛି । ଏବାବଦରେ ଜାଣିଲେ ନିଶ୍ଚିତ ଭାବେ ଯେକୌଣସି ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଉତ୍ତରାଖଣ୍ଡରେ ଏଭଳି ଏକ ମନ୍ଦିର ରହିଛି, ଯାହାର ଦ୍ୱାର କେବଳ ରକ୍ଷାବନ୍ଧନରେ ଖୋଲିଥାଏ । 

ଏହି ମନ୍ଦିରର ନାମ ବଂଶୀନାରାୟଣ । ବଂଶୀନାରାୟଣ ମନ୍ଦିର ନାଁରେ ଏହାକୁ ଜଣାଯାଇଥାଏ । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଉର୍ଗମ ଘାଟିରେ ଏହି ମନ୍ଦିର ରହିଛି । ମନ୍ଦିର ପର୍ଯ୍ୟନ୍ତ ଯିବାର ଅଭିଜ୍ଞତା ସେମାନେ ପାଇଛନ୍ତି, ଯେଉଁମାନେ ସେଠାକୁ ଯାଇଛନ୍ତି । କାରଣ ଏଠାକୁ କିଛି ଲୋକ ଟ୍ରାକିଂ କରିବାକୁ ଯାଆନ୍ତି । ଏଥି ସହିତ ପର୍ଯ୍ୟଟକମାନେ ମଧ୍ୟ ଏହି ସ୍ଥଳୀକୁ ବୁଲିବା ପାଇଁ ପହଂଚିଥାନ୍ତି । 

କୁହାଯାଇଥାଏ ଯେ, ଏହି ମନ୍ଦିରର କବାଟ ବର୍ଷସାରା ବନ୍ଦ ରହିଥାଏ । କିନ୍ତୁ ରକ୍ଷାବନ୍ଧନ ଦିନ ଖୋଲାଯାଏ । ଏଠାରେ ମହିଳା ଓ ଯୁବତୀମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କୁହାଯାଇଥାଏ ଯେ, ଏଠାରେ ଭଗବାନ ଶ୍ରୀକୃଷ୍ଣ ଓ ଶିବଙ୍କ ପ୍ରତିମା ସ୍ଥାପିତ ହୋଇଛି । ଏକ ପ୍ରାଚୀନ କାହାଣୀ ଅନୁସାରେ ବିଷ୍ଣୁ ନିଜର ବାମନ ଅବତାରରୁ ମୁକ୍ତ ହେବା ପରେ ସର୍ବ ପ୍ରଥମେ ଏଠାରେ ବିରାଜମାନ କରିଥିଲେ । ଏହା ପରେ ଦେବ ଋଷି ନାରଦ ଭଗବାନ ନାରାୟଣଙ୍କ ପୂଜା କରାଯାଉଛି । ଏହି କାରଣରୁ ଲୋକଙ୍କୁ ଏଠାରେ ଗୋଟିଏ ଦିନ ପୂଜା କରିବା ପାଇଁ ଅଧିକାର ମିଳିଥାଏ । 

 

  • Tags:

Subscribe

National International State Sports Entertainment