ସାମାନ୍ୟ ଆଶ୍ୱସ୍ତି! ଭାରତରେ ୨୪ ଘଣ୍ଟାରେ ୩.୨୬ ଲକ୍ଷ କରୋନା ପଜିଟିଭ, ୩୮୭୯ ମୃତ
Khabar Odisha:Nation-Slice-reliance-from-corona-in-India-326-lakh-corona-positive

ନୂଆଦିଲ୍ଲୀ, ମେ ୧୫ (ଖବର ଓଡ଼ିଶା): କରୋନା ଭାଇରସ୍ ମହାମାରୀର ୨ୟ ଲହର ସମଗ୍ର ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି । ଭାରତୀୟମାନଙ୍କୁ ସଂକ୍ରମଣ ଅଧିକ ଚିନ୍ତାରେ ପକାଇ ଦେଇଛି । ବ୍ୟାପକ କରୋନା ଟିକାକରଣ, ସୁବ୍ୟବସ୍ଥିତି ମେଡିକାଲ ବ୍ୟବସ୍ଥା ସତ୍ତ୍ୱେ କରୋନା ନିୟନ୍ତ୍ରଣକୁ ଆସିପାରି ନାହିଁ । କିନ୍ତୁ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆଁ ସଂକ୍ରମିତ ଖବର ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି । ଏହି ସମୟ ମଧ୍ୟରେ ଦେଶରେ ୩ ଲକ୍ଷ ୨୬ ହଜାର ୧୨୩ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ହଜାର ୮୭୯ ଜଣ ଲୋକ କରୋନାରେ ମୃତ୍ୟୁ ହୋଇଛି । 

କରୋନାରେ ଗତକାଲି ୩୯୯୯ ଜଣଙ୍କର ମୃତ୍ୟୁ ହୋଇଥିଲା । ୩ ଲକ୍ଷ ୪୩ ହଜାର ୨୮୮ ଜଣ ସଂକ୍ରମିତ ହୋଇଥିଲେ । ଗୁରୁବାର ଜାରି ହୋଇଥିବା ତଥ୍ୟ ଅନୁସାରେ ୪୧୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ଏହି ସଂଖ୍ୟା ଦେଶବ୍ୟାପୀ ୪୨୦୫ରେ ପହଂଚିଥିଲା ।  

କରୋନା ଭାଇରସ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ଏହି ରିପୋର୍ଟ କରିଛି । ଏଥି ସହିତ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷ ୭୨ ହଜାର ୨୪୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୨୯ରେ ପହଂଚିଛି । କିନ୍ତୁ ଖୁସିର କଥା ଯେ, ଦେଶରେ କରୋନାରୁ ୨ କୋଟି ୪ ଲକ୍ଷ ୨୬ ହଜାର ୩୨୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩୬ ଲକ୍ଷ ୭୯ ହଜାର ୬୯୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୮ ହଜାର ୯୪୪ ଜଣ ଲୋକ ଆକ୍ରାନ୍ତ ଗୁରୁତର ଅଛନ୍ତି । 

ବ୍ୟାପୀ ବିଗତ ୨୪ ଘଣ୍ଟା ମଧ୍ୟରେ ୬ ଲକ୍ଷ ୮୭ ହଜାର ୪୪୦ ଜଣ ସଂକ୍ରମିତ ହୋଇଛନ୍ତି । ଏତିକି ସମୟ ଭିତରେ ୧୨ ହଜାର ୪୮୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ  ଆଜି ପର୍ଯ୍ୟନ୍ତ ୧୬ କୋଟି ୨୫ ଲକ୍ଷ ୫୧ ହଜାର ୯୭୭ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୭୦ ହଜାର ୭୩୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୧୪ ଲକ୍ଷ ୪୮ ହଜାର ୨୪୭ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୬ ଲକ୍ଷ ୯୮ ହଜାର ୯୯୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୩ହଜାର ୬୩୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

 

  • Tags:

Subscribe

National International State Sports Entertainment