ଶ୍ରୀଲଙ୍କାରୁ ୧୫ ଆଇଏସଆଇଏ ଆତଙ୍କବାଦୀ ଆସିବା ନେଇ ସୂଚନା, କେରଳରେ ହାଇ ଆଲର୍ଟ ଜାରି
Khabar Odisha:Nation-Kerala-coast-on-high-alert-after-15-ISIS-terrorists-allegedly-set-off-from-Sri-Lanka

ଥିରୁବନନ୍ତପୁରମ, ମଇ ୨୬ (ଖବର ଓଡ଼ିଶା): ଆଇଏସଆଇଏସର ୧୫ ଜଣିଆ ଆତଙ୍କବାଦୀ ନୌକାରେ ଶ୍ରୀଲଙ୍କାରୁ ଲାକ୍ଷାଦୀପ ପାଇଁ ବାହାରିଥିବା ଗୁଇନ୍ଦା ରିପୋର୍ଟରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଫଳରେ କେରଳର ଉପକୂଳରେ ପୋଲିସ ଦ୍ୱାରା ହାଇଆଲର୍ଟ କରି ଦିଆଯାଇଛି । ପୋଲିସ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଉପକୂଳ ପୋଲିସ ଥାନା ଏବଂ ଉପକୂଳ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ଏନେଇ ସତର୍କ ସୂଚନା ଜାରି କରି ଦିଆଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇଛନ୍ତି ଯେ, ଏଭଳି ଆଲର୍ଟ ସାଧାରଣ କଥା ମାତ୍ର ଏଥର ଆମକୁ ସଂଖ୍ୟା ମିଳିଛି । ଏଭଳି କୌଣସି ସଦିଗ୍ଧ ନୌକା ଦେଖିବା ନେଇ ଆମେ ଉପକୂଳ ପୋଲିସ ଥାନା ଓ ଜିଲ୍ଲା ପୋଲିସ ପ୍ରମୁଖଙ୍କୁ ସତର୍କ ରହିବାକୁ କହିଛୁ । 

ଉପକୂଳ ପୋଲିସ ବିଭାଗ କହିଛି ମେ’ମାସ ୨୩ରୁ ହିଁ ଆଲର୍ଟ ଜାରି କରି ଦିଆଯାଇଛି । ସେହି ଦିନ ହିଁ ଶ୍ରୀଲଙ୍କାରୁ ସୂଚନା ମିଳିଥିଲା । ଉପକୂଳ ବିଭାଗ ସୂତ୍ର ସ୍ପଷ୍ଟ କରି କହିଛି, ଶ୍ରୀଲଙ୍କାରେ ଆକ୍ରମଣ ଘଟଣା ପରେ ଆମେ ସତର୍କ ରହିଛୁ । ଆମେ ମାଛ ଧରିବାକୁ ଯାଉଥିବା ଡଙ୍ଗା ଏବଂ ସମୁଦ୍ରକୁ ପ୍ରବେଶ କରୁଥିବା ଅନ୍ୟ ଲୋକଙ୍କ ଉପରେ ନଜର ରଖିଛୁ । ଶ୍ରୀଲଙ୍କାରେ କ୍ରମାଗତ ବୋମାମାଡ଼ ପରେ କେରଳ ହାଇଆଲର୍ଟରେ ରହିଛି । ଜାତୀୟ ସୁରକ୍ଷା ସଂସ୍ଥା ଏହା ସ୍ପଷ୍ଟ କରିଥିଲା ଯେ, ଆଇଏସର ଆତଙ୍କବାଦୀ ରାଜ୍ୟରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । 

ଗୁଇନ୍ଦା ରିପୋର୍ଟ ଅନୁସାରେ ଏବେ ଅନେକ ସଂଖ୍ୟାରେ କେରଳବାସୀ ଆଇଏସଆଇଏସ ସହିତ ସଂପର୍କ ରଖିଛନ୍ତି । ନିକଟରେ ଇରାକ ଏବଂ ସିରିଆରେ ଆଇଏସଆଇଏସଙ୍କୁ ସଫା କରାଯାଇଛି । ଶ୍ରୀଲଙ୍କାରେ ଏପ୍ରିଲ ୨୧ରେ ୮ଥର କ୍ରମାଗତ ଆକ୍ରମଣ ୨୩୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । 

   

 

  • Tags:

Subscribe

National International State Sports Entertainment