ଜମ୍ମୁ, ମାର୍ଚ୍ଚ ୦୭ (ଖବର ଓଡ଼ିଶା): ଜମ୍ମୁ କଶ୍ମୀର ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଜମ୍ମୁରେ ରହୁଥିବା ରୋହିଗ୍ୟା ମୁସଲମାନଙ୍କ ବାୟୋମେଟ୍ରିକ ତଥ୍ୟ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଏକତ୍ର କରିବାକୁ ଶନିବାର ଠାରୁ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ସମୟରେ ଭାରତରେ ବେଆଇନ ଭାବେ ରହୁଥିବା ୧୫୫ ଜଣ ରୋହିଗ୍ୟା ମୁସଲମାନଙ୍କୁ ଚିହ୍ନଟ କରାଯାଇଛି । ଏବେ ସେମାନଙ୍କୁ ନିର୍ଦ୍ଧାରିତ ହୋଲିଡିଂଙ୍ଗ ସେଣ୍ଟରକୁ ପଠାଯାଉଛି । ରୋହିଗ୍ୟା ମୁସଲମାନମାନେ ଦେଶରେ ନିର୍ଯାତନା ପାଇବା ପରେ ବାଂଲାଦେଶ ରାସ୍ତାରେ ଭାରତରେ ପ୍ରବେଶ କରିଥିଲେ । ଏମାନେ ଜମ୍ମୁ ସମେତ ଦେଶର ଅନ୍ୟ ଅଂଚଳରେ ମଧ୍ୟ ବସବାସ କରୁଛନ୍ତି ।
ବେଆଇନ ଭାବେ ରହୁଥିବା ୧୫୫ ଜଣ ରୋହିଗ୍ୟା ମୁସଲମାନଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ପାଖଷର ଦେଶରେ ରହିବା ଅଥବା ଆସିବା ଓ ଯିବା ନେଇ କୌଣସି ପ୍ରମାଣପତ୍ର ନଥିଲା । ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ସମସ୍ତଙ୍କୁ କାଠୁଆ ଜିଲ୍ଲାର ହୀରା ନଗରସ୍ଥିତ ହୋଲିଡିଙ୍ଗ କେନ୍ଦ୍ରକୁ ପଠାଇ ଦିଆଯାଇଛି ।