ସୟଦ ଅଲ୍ଳୀ ଶାହା ଗିଲାନୀଙ୍କ ନାତି ଅନୀସ ଓ ଜଣେ ଶିକ୍ଷକ ସରକାରୀ ଚାକିରୀରୁ ବହିଷ୍କୃତ
Khabar Odisha:Nation-Jammu-Kashmir-Syed-Ali-Shah-Geelani-grandson-terminated-from-job

ଶ୍ରୀନଗର, ଅକ୍ଟୋବର ୧୭ (ଖବର ଓଡ଼ିଶା): ଜମୁ କଶ୍ମୀରରେ ବିଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଗତିବିଧି ତୀବ୍ର ହୋଇଥିବା ଦେଖିବାକୁ ମିଳିଛି। ସାଧାରଣ ଜନତାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ଏହାରି ମଧ୍ୟରେ ଜମୁ କଶ୍ମୀର ପ୍ରଶାସନ ବଡ଼ ନିଷ୍ପତ୍ତି ନେବାକୁ ଯାଇ ସୟଦ ଅଲୀ ଶାହ ଗିଲାନୀଙ୍କ ନାତି ଅନୀସ ଉଲ ଇସଲାମଙ୍କୁ ସରକାରୀ ଚାକିରୀରୁ ବହିଷ୍କାର କରିଛି। 

ଅସୀନ ଉଲ ଇସଲାମ ଜମୁ କଶ୍ମୀରରେ ଶେର-ଏ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣା ଅଧିକାରୀ ଭାବେ କାମ କରୁଥିଲେ। କିନ୍ତୁ ଏବେ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଇଛି। ଏହା ବ୍ୟତୀତ ଜମୁ କଶ୍ମୀରର ଡୋଡାସ୍ଥିତ ସ୍କୁଲର ଜଣେ ଶିକ୍ଷକ ଫରୁକ ଅହମଦଙ୍କୁ ମଧ୍ୟ ଚାକିରୀରୁ ବାହାର କରିଦିଆଯାଇଛି। କାରଣ ଶିକ୍ଷକଙ୍କ ଭାଇ ମହମ୍ମଦ ଅମୀନ ଭଟ୍ଟ ଏକ ସକ୍ରିୟ ଏଲଇଟି ଆତଙ୍କବାଦୀ, ଯିଏକି ପାକିସ୍ତାନ ଅଧୀକୃତ କଶ୍ମୀରରୁ କାମ କରୁଛି। ଗୁଇନ୍ଦା ସଂସ୍ଥାକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଫାରୁକ ନିଜର ଭାଇର ସଂକେତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ଚଳାଇଥିଲା। 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜମୁ କଶ୍ମୀର ପ୍ରଶାସନ ସମ୍ବିଧାନର ଅନୁଚ୍ଛେଦ ୩୧୧ ବଳରେ ଅନୀସ ଓ ଫାରୁକକୁ ବହିଷ୍କାର କରିଛି। କିନ୍ତୁ ପ୍ରଶାସନ ତରଫରୁ ବହିଷ୍କାରର ସଠିକ କାରଣ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ଖବର ରହିଛି ଯେ, ଅନୀସ ଓ ଫାରୁକଙ୍କ ଉପରେ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଥିଲା। 

 

 

  • Tags:

Subscribe

National International State Sports Entertainment