ଉତ୍ତର ପ୍ରଦେଶବାସୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ, ଏହି ସହରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ
Khabar Odisha:Nation-International-flights-to-start-from-Kushinagar-by-Deepawali-says-CM-Adityanath

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଆଗାମୀ ଦିପାବଳୀ ଅବସରରେ ଉତ୍ତର ପ୍ରଦେଶର ଲୋକଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଦିପାବଳୀ ଠାରୁ କୁଶୀନଗର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଯିବ । ଏହି ବିମାନ ବନ୍ଦରକୁ ପଡରୋନା ଏୟାରପୋର୍ଟ ଭାବେ ଜଣାଯାଇଥାଏ । ଏହା ଯୋଗୀଙ୍କ କର୍ମକ୍ଷେତ୍ର ଗୋରଖପରୁ ଠାରୁ ମାତ୍ର ୫୨ କିଲୋମିଟର ଦୂରରେ ଅବସ୍ଥିତ ଅଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜୁନରେ ହୋଇଥିବା କ୍ୟାବିନେଟ ବୈଠକରେ କୁଶୀନଗରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ବିମାନ ବନ୍ଦର ସହିତ ଏବେ ଉତ୍ତର ପ୍ରଦେଶରେ ମୋଟ ବିମାନ ବନ୍ଦର ସଂଖ୍ୟା ୪ରେ ପହଂଚିବ । ଏଥିରେ ଜେଭର ଏୟାରପୋର୍ଟ ମଧ୍ୟ ସାମିଲ ଅଛି । 

କୁଶୀନଗରରୁ ଅନ୍ତର୍ଜାତୀୟ ବିମାନ ସେବା କାହିଁକି? ଏଭଳି ପ୍ରଶ୍ନ ଯେତେବେଳେ ଉଠିଥାଏ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁନ୍ତି, ଏହି ବିମାନ ବନ୍ଦର ଅନ୍ତର୍ଜାତୀୟ ସୀମା ନିକଟରେ ରହିଛି । କୁଶୀନଗରର ଏହି ଅଂଚଳ ପୂରା ବୁଦ୍ଧ ସର୍କିଟର ଅଂଶବିଶେଷ । ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ହେବା ଦ୍ୱାରା ଏଠାରେ ବିହାର ଓ ଉତ୍ତର ପ୍ରଦେଶର ଲୋକଙ୍କର ରୋଜଗାର ମଧ୍ୟ ବଢ଼ିବ । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆସିବ । 

 

  • Tags:

Subscribe

National International State Sports Entertainment