ଭାରତୀୟ ସମୁଦ୍ର ସୀମାରେ ପଶିଲା ପାକିସ୍ତାନ ନେଭିର ଯୁଦ୍ଧପୋତ, ତଟରକ୍ଷୀ ଡୋର୍ନିୟର ବିମାନ ଏମିତି ନେଲା ଖବର
Khabar Odisha:Nation-Indian-coast-guard-dornier-aircraft-forced-Pakistan-Navy-ship-Alamgir-to-return

ନୂଆଦିଲ୍ଲୀ, ଅଗଷ୍ଟ ୦୮ (ଖବର ଓଡ଼ିଶା): ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ନୌସେନାର ଯୁଦ୍ଧପୋତକୁ ଭାରତୀୟ ସମୁଦ୍ର ସୀମାରେ ଠାବ କରିଛନ୍ତି । ପାକିସ୍ତାନୀ ନୌସେନାର ଯୁଦ୍ଧପୋତ ଯେତେବେଳେ ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରିଥିଲା, ଭାରତୀୟ ତଟରକ୍ଷୀ ବାହିନୀ ଡୋର୍ନିୟର ବିମାନ ହଠାତ ସତର୍କ ହୋଇଯାଇଥିଲା । ରାଡାରରେ ପାକିସ୍ତାନୀ ଯୁଦ୍ଧପୋତର ସଂକେତ ମିଳିବା ପରେ ଭାରତୀୟ ତଟରକ୍ଷୀ ଦଳ ସକ୍ରିୟ ହୋଇଯାଇଥିଲେ । ପାକିସ୍ତାନୀ ଯୁଦ୍ଧପୋତକୁ ନିଜର ସୀମାରୁ ଫେରିଯିବାକୁ କହିଥିଲେ । ଇଣ୍ଡିଅନ କୋଷ୍ଟ ଗାର୍ଡର ସକ୍ରିୟତାକୁ ଦେଖି ପାକିସ୍ତାନୀ ଯୁଦ୍ଧପୋତ ନିଜର ସୀମାକୁ ଫେରିଯାଇଥିଲା । 

ସୂଚନାଯୋଗ୍ୟ, ପାକିସ୍ତାନ ତରଫରୁ ଭାରତୀୟ ସୀମାରେ ଲଗାତାର ଅନୁପ୍ରବେଶ ପାଇଁ ଉଦ୍ୟମ ହେଉଛି । ଏହି କ୍ରମରେ ଗତ ମାସରେ ମଧ୍ୟ ପାକିସ୍ତାନୀ ଯୁଦ୍ଧପୋତ ଭାରତୀୟ ସୀମାରେ ପ୍ରବେଶ କରୁଥିବା ଜଣାପଡ଼ିଥିଲା । କିନ୍ତୁ ଭାରତୀୟ ତଟରକ୍ଷୀ ବାହିନୀକୁ ଏବାବଦରେ ସୂଚନା ମିଳିବା ପରେ ପାକିସ୍ତାନୀ ଯୁଦ୍ଧପୋତ ପଛଘୁଂଚା ଦେଇଥିଲା । ଗୁଜରାଟ ନିକଟରେ ଭାରତୀୟ ସମୁଦ୍ର ସୀମାରେ ୫ ମାଇଲ ପର୍ଯ୍ୟନ୍ତ ଅଂଚଳରେ କୌଣସି ପ୍ରକାରର ପ୍ରବେଶ ପାଇଁ ଅନୁମତି ନାହିଁ । ଭାରତୀୟ ନୌସେନା ତରଫରୁ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଏହି ଅଞ୍ଚଳକୁ ଯିବା ଉପରେ ବାରଣ ରହିଛି । 

 

  • Tags:

Subscribe

National International State Sports Entertainment