କୌଶାମ୍ବି, ମେ ୧୬ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଜଣେ ଯୁବକ ଦକ୍ଷିଣ ଆଫ୍ରିକାରେ ଚାକିରି କରୁଥିଲେ । ସେଠାରେ ସେ ଜଣେ ଶ୍ରୀଲଙ୍କାର ଯୁବତୀଙ୍କୁ ଭଲ ପାଇବସିଲେ । ଏହାରି ମଧ୍ୟରେ ଉଭୟ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରତିଷ୍ଠା ହେଲା ପ୍ରେମ ସଂପର୍କ । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଉପୁଜିବା ପରେ ଉପଦ୍ରବ ଆରମ୍ଭ ହୋଇଯାଇଛି । ପ୍ରେମିକା ନିଜର ପ୍ରେମିକଙ୍କୁ ଭେଟିବା ପାଇଁ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି । ସାକ୍ଷାତ ପାଇଁ ଟୁରିଷ୍ଟ ଭିଜାରେ ଆସିଥିବା ଯୁବତୀ ଜଣକ ଏକଥରରେ ବିବାହ କରି ଅଟକି ଯାଇଛନ୍ତି ।
ଏହା ହେଉଛି ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲା ନିବାସୀ ବଳରାମଙ୍କ କାହାଣୀ । ସିରାଥୁ ତହସିଲର ଫରିଦଗଂଜ, କଡ଼ା ନିବାସୀ ବଳରାମଙ୍କ ପିତା ଲଲ୍ଲୁରାମଙ୍କ ମୃତ୍ୟୁ ୧୦ ପୂର୍ବରୁ ହୋଇସାରିଛି । ବଳରାମ କମ୍ପ୍ୟୁଟର ଟ୍ରେନିଂ ନେଇଥିଲେ । ଅପରେଟର ଭିସା ମିଳିବା ପରେ ସେ ୪ ବର୍ଷ ପାଇଁ ସାଉଦୀ ଯାଇଥିଲେ । ସେଠାରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ପଠାଇ ଦିଆଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ଶ୍ରୀଲଙ୍କାର ମଧୁଶା ଜୟବଂଶୀଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ମଧୁଶା ସେଠାକୁ କମ୍ପ୍ୟୁଟର ପଢ଼ିବା ପାଇଁ ଆସିଥିଲେ ।
କମ୍ପ୍ୟୁଟର କ୍ଲାସ ସମୟରେ ଉଭୟ ବଳରାମ ଓ ମଧୁଶାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । କିନ୍ତୁ କୋର୍ସ ପୂରା ହେବା ପରେ ଶ୍ରୀଲଙ୍କାକୁ ମଧୁଶା ଫେରିଯାଇଥିଲେ । ବଳରାମଙ୍କୁ ଏବାବଦରେ ଜଣା ନଥିଲା । ପରେ ସେ ଏବାବଦରେ କୋଚିଂ ସେଣ୍ଟରରୁ ଜାଣିବାକୁ ପାଇଲେ । ସେ କଂପାନୀର ସହାୟତାରେ ଶ୍ରୀଲଙ୍କା ଯାଇଥିଲେ ଏବଂ ୬ ମାସ ପରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା ।
ବିଗତ ୧ ମାସରୁ ଅଧିକ ସମୟ ହେବ ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ଖରାପ ରହିଛି । ମଧୁଶା ଏବାବଦରେ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରେମିକ ବଳରାମକୁ କହିଥିଲେ । ବଳରାମ ଏହା ଶୁଣି ପୁଣି ବିମାନରେ ଶ୍ରୀଲଙ୍କା ପହଞ୍ଚିଥିଲେ । ଶ୍ରୀଲଙ୍କାରେ ଉଭୟ କୋର୍ଟରେ ବିବାହ କରିଥିଲେ । ଏହା ପରେ ବଳରାମ ଭାରତକୁ ଆସିଥିଲେ । ସେ ପରିବାର ଲୋକଙ୍କୁ ବିବାହ ସଂପର୍କରେ କହିଥିଲେ । ପରିବାର ଲୋକେ ରାଜି ହେବାରୁ ମଧୁଶା ପାଇଁ ୨୦ ଦିନର ଟୁରିଷ୍ଟ ଭିସା କରିଥିଲେ । ମଧୁଶା ଗତ ୮ ତାରିଖରେ କୌଶମ୍ବି ଆସିଥିଲେ । ଏଠାରେ ପୁଣି ହିନ୍ଦୁ ରୀତିନୀତି ଅନୁସାରେ ପାରଂପରିକ ଭାବେ ବିବାହ ହୋଇଛି ।