ଗର୍ଭବତୀଙ୍କୁ ୬ କିଲୋମିଟର କାନ୍ଧରେ ବୋହି ହସ୍ପିଟାଲ ପହଞ୍ଚାଇଲେ ସିଆରପିଏଫ ଯବାନ
Khabar Odisha:Nation-CRPF-team-carry-pregnant-woman-on-cot-for-6-km-through-jungles-to-reach-hospital

ରାୟପୁର, ଜାନୁଆରୀ ୨୨ (ଖବର ଓଡ଼ିଶା): ଦେଶର ସେନା ଓ ଅର୍ଦ୍ଧସୈନିକ ବଳର କାମ ହେଉଛି ଦେଶକୁ ସୁରକ୍ଷା କରିବା । ସେନାର ଯବାନମାନେ ସବୁବେଳେ ନିଜର କର୍ତ୍ତବ୍ୟକୁ ସୁବ୍ୟବସ୍ଥିତ ଭାବେ କରିଥାନ୍ତି । ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ପଡ଼ୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପେଟ୍ରୋଲିଂ କରୁଥିବା ସମୟରେ ସିଆରପିଏଫ ଯବାନମାନେ ଜଣେ ଗର୍ଭବତୀଙ୍କୁ ୬ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ହସ୍ପିଟାଲ ପହଞ୍ଚାଇଛନ୍ତି । 

ପଡେଦା ଗ୍ରାମ ନିକଟରେ କୌଣସି ହସ୍ପିଟାଲ ନାହିଁ । ରାସ୍ତା ଖରାପ ଥିବାରୁ ଗାଁକୁ ଗାଡ଼ି ଯାଇପାରି ନ ଥାଏ । ମାତ୍ର ଗର୍ଭବତୀଙ୍କୁ ହସ୍ପିଟାଲ ନେବାର ଆବଶ୍ୟକତା ରହିଛି ବୋଲି ସୂଚନା ମିଳିବା ପରେ ଘଟଣାସ୍ଥଳରେ ସିଆରପିଏଫ ଯବାନମାନେ ପହଞ୍ଚିଥିଲେ । ଗାଡ଼ ନ ହେବାରୁ ସେମାନେ ଏକ ଖଟିଆରେ ଦଉଡ଼ି ବାନ୍ଧି ଭାର କରି ହସ୍ପିଟାଲ ଆଡ଼କୁ ଅଗ୍ରସର ହୋଇଥିଲେ । 

ସିଆରପିଏଫ ଯବାନମାନେ ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରରେ ମଧ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ବିପଦ ପରିସ୍ଥିତିରେ ହସ୍ପିଟାଲ ନେଇଯାଇଥିଲେ । ଭାରତୀୟ ସେନାର ଚିନାର କାର୍ପ୍ସର ଯବାନମାନେ ବରଫ ଓ ଶୀତକୁ ଖାତିର ନ କରି ଆଗକୁ ବଢ଼ିଥିଲେ ଏବଂ ସେମାନେ ନିର୍ଦ୍ଧାରିତ ସମୟରେ ମହିଳାଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ଏହି କାମକୁ ବହୁ ପ୍ରଶଂସା କରିଥିଲେ । 

 

  • Tags:

Subscribe

National International State Sports Entertainment