ନୂଆଁ ନୀତି ଅନୁଯାୟୀ ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ: ଜେନେରାଲ ବିପିନ ରାୱତ
Khabar Odisha:Nation-CDS-Bipin-Rawat-says-India-will-follow-new-policy-for-procurement-in-major-military-purchases

ନୂଆଦିଲ୍ଲୀ, ଫେବୃଆରୀ ୧୮ (ଖବର ଓଡ଼ିଶା): ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ ସେନାରେ ବ୍ୟାପକ ପରିବର୍ତ୍ତନ ଆସିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ବ୍ୟାପକ ସୈନ୍ୟ ସାମଗ୍ରୀ କିଣିବାରେ ଭାରତ ନୂତନ ନୀତି ପ୍ରଣୟନ କରିବ । ଏହା ବ୍ୟତୀତ ରାୱତ କହିଛନ୍ତି କି ଜମ୍ମୁ-କଶ୍ମୀରରେ ସ୍ୱତନ୍ତ୍ର ‘ଥିଏଟର କମାଣ’ କରିବାକୁ ଯୋଜନା ନେଇ କାମ କରାଯାଉଛି ।  

ଜେନେରାଲ ବିପିନ ରାୱତ ସୋମବାର କହିଛନ୍ତି କି ବାୟୁସେନା ପାଇଁ ୧୧୪ ଲଢୁଆ ବିମାନ ସହ ବଡ଼ ସୈନ୍ୟ ସାମଗ୍ରୀ କଣିବାକୁ ଏକ ନୂତନ ନୀତି ଅଣାଯିବ । ଏହା ଦ୍ୱାରା ଘରୋଇ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ମିଳିପାରିବ । ଜେନେରାଲ ରାୱତ କହିଛନ୍ତି, ଏକା ଥରକେ ପ୍ରତିରକ୍ଷା ସାମଗ୍ରୀ କିଣିବା ଦ୍ୱାରା ପରବର୍ତ୍ତୀ ସମୟରେ ଏହା ଅନୁପଯୋଗୀ ହୋଇଯାଇଛି । କାରଣ ପ୍ରଯୁକ୍ତିବିଦ୍ୟା ସବୁବେଳେ ବଦଳୁଛି । 

ସରକାର ୧୧୪ ଲଢୁଆ ବିମାନ କିଣିବା ପାଇଁ ଏକ ନୂତନ ନୀତି ପାଳନ କରିବେ । ଜେନେରାଲ ରାୱତ କହିଛନ୍ତି ଯେ, ହଁ ଏହା ନୂତନ ଶୈଳୀରେ ହେବ । ସିଡିଏସ କହିଛନ୍ତି, ସରକାର ଘରୋଇ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ନୀତି ଅବଲମ୍ବନ କରିଛନ୍ତି । କାରଣ ଆମଦାନୀ ଉପରେ ସଂପୂର୍ଣ୍ଣ ଭାପେ ନିର୍ଭର କରୁଥିବା ‘ମେକ ଇନ ଇଣ୍ଡିଆ’ ଉଦ୍ୟମ ଆଗକୁ ବଢ଼ାଇବ ନାହିଁ । ରାୱତ କହିଛନ୍ତି ଯେ, ଯଦି ଆମେ ୧୦୦ ବିମାନ କିଣୁଛେ, ୨୫-୨୫ ଚାରିଟି ପ୍ୟାକେଜ କରିବାକୁ ହେବ । ସେ କହିଛନ୍ତି, ଏହି କାରଣରୁ ଆମେ କେବଳ ୩୬ଟି ରାଫେଲ ବିମାନ ଅର୍ଡର ଦେଇଛେ । କିନ୍ତୁ ସେ କହି ନାହାନ୍ତି ଯେ, ସରକାର ଫ୍ରାନ୍ସରୁ ଅଧିକ ରାଫେଲ ବିମାନ କିଣିବେ ।

   

 

  • Tags:

Subscribe

National International State Sports Entertainment