ଦିଲ୍ଲୀ ନିର୍ବାଚନ: ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ସମେତ ପଡ଼ିଆରେ ୫୯୨ ପ୍ରାର୍ଥୀ
Khabar Odisha:Nation-Arvind-Kejriwal-and-Mmanish-Sisodia-among-592-candidates-in-fray-for-Delhi-assembly-elections

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ମଙ୍ଗଳବାର ନାମାଙ୍କନ ଦାଖଲ କରିବା ଶେଷ ତାରିଖ ଥିଲା । ଏହି ଅବସରରେ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ପାଖାପାଖି ୨୦୦ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଥିଲେ । ସେହିଭଳି ଆଗାମୀ ଫେବୃଆରୀ ୮ରେ ୭୦ଟି ଆସନରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବିଜେପିର ବିଜେନ୍ଦ୍ର ଗୁପ୍ତା ଓ କଂଗ୍ରେସର ଅରବିନ୍ଦର ସିଂ ଲଭଲୀଙ୍କ ସମେତ ୫୯୨ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । 

ମଧ୍ୟ ଦିଲ୍ଲୀର ଜାମନଗର ହାଉସରେ ନୂଆଦିଲ୍ଲୀର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀଙ୍କ ଭାରୀ ଭିଡ଼ ଯୋଗୁଁ କେଜ୍ରିୱାଲଙ୍କୁ ନିଜର ପାଳି ପାଇଁ ପାଖାପାଖି ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟଙ୍କ ପକ୍ଷରୁ ଯୁଗ୍ମ ଭାବରେ ଦିଆଯାଇଥିବା ସୂଚନା ଅନୁସାରେ ମଙ୍ଗଳବାର ରାତି ୯ଟା ଯାଏଁ ୫୯୨ଟି ନାମାଙ୍କନ ମିଳିଛି । 

ଜାତୀୟ ରାଜଧାନୀର ନାମାଙ୍କନ କାର୍ଯ୍ୟାଳୟଗୁଡ଼ିକରେ ମଙ୍ଗଳବାର ନେତାମାନଙ୍କର ପ୍ରବଳ ଭିଡ଼ ଥିଲା । ଶହ ଶହ ପ୍ରାର୍ଥୀ ନିଜର ସମର୍ଥକଙ୍କ ସହିତ ନାମାଙ୍କନ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ମଙ୍ଗଳବାର ଭୋର ସକାଳୁ ବିଜେପି ୧୦ଟି ଆସନ ପାଇଁ ନିଜର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲା । କଂଗ୍ରେସ ପାଖାପାଖି ୧୦ଟା ୪୦ରେ ୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । 

 

  • Tags:

Subscribe

National International State Sports Entertainment