ଜମ୍ମୁ କଶ୍ମୀର: ବଡ଼ଗାମର ୱାଟରହେଲରେ ୩ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା କର୍ମୀ
Khabar Odisha:Nation-3-LeT-terrorists-trapped-in-J-Ks-Budgam-by-army-and-police

ଶ୍ରୀନଗର, ଅଗଷ୍ଟ ୧୦ (ଖବର ଓଡ଼ିଶା): ସୁରକ୍ଷାକର୍ମୀମାନେ ବୁଧବାର ଜମ୍ମୁ କଶ୍ମୀରର ବଡ଼ଗାମ ନିକଟ ୱାଟରହେଲ ଠାରେ ୩ ଜଣ ଆତଙ୍କବାଦୀଙ୍କୁ ଘେରିକି ରଖିଛନ୍ତି । ବଡ଼ଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବାର ଆଞ୍ଚଳିକ ସଂଗଠନ ଦ ରେସିଷ୍ଟାଣ୍ଟ ଫ୍ରଣ୍ଟର ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । 

ଜମ୍ମୁ କଶ୍ମୀର ପୋଲିସ କହିଛି ଯେ, ଆତଙ୍କବାଦୀ ଲତିଫ ରାଥର, ଯିଏକି ଏକାଧିକ ହତ୍ୟାକାଣ୍ଡ ଘଟଣା ସହିତ  ରାହୁଲ ଭଟ୍ଟ ଓ ଅମରୀନ ଭଟ୍ଟଙ୍କୁ ହତ୍ୟା କରାଯିବା ଘଟଣା ସହିତ ସଂପୃକ୍ତ ଥିଲା । ସୁରକ୍ଷାବାହିନୀର ଯବାନମାନେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଲା ପରେ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଚାରିପାଶ୍ୱରୁ ଘେରାଉ କରିଥିଲେ । 

ତିନି ଜଣ ଆତଙ୍କବାଦୀ ପୂର୍ବରୁ ଅନେକ ହତ୍ୟାକାଣ୍ଡ ସହିତ ସଂପୃକ୍ତ ଅଛନ୍ତି । ସେଥିରୁ ରାହୁଲ ଭଟ୍ଟ ଓ ଅମରୀନ ଭଟ୍ଟ ମଧ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ, ଚୋଦରା ତହସିଲ କାର୍ଯ୍ୟାଳୟର କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗତ ମେ’ ମାସ ୧୨ ତାରିଖ ଦିନ ଓ କଶ୍ମୀର ଟିଭି ଅଭିନେତା ଅମରୀନ ଭଟ୍ଟଙ୍କୁ ଚୋଦରା ଅଞ୍ଚଳରେ ସେହି ମଙ୍କସର ୨୬ ତାରିଖରେ ହତ୍ୟା କରିଥିଲେ । 

 

  • Tags:

Subscribe

National International State Sports Entertainment