ଏବେ NCERT ବହିରେ 'ଇଣ୍ଡିଆ'ର ନାଁ ପରିବର୍ତ୍ତନ କରାଯାଇ 'ଭାରତ' ଲେଖିବାକୁ ସୁପାରିସ । ପୂର୍ବରୁ 'ଇଣ୍ଡିଆ' ବଦଳରେ 'ଭାରତ'କୁ ନେଇ ବିବାଦ ମୁଣ୍ଡ ଟେକିଥିଲା କିନ୍ତୁ ଏବେ ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ମିଳିଛି । ଏବେ ଛାତ୍ରଛାତ୍ରୀମାନେ NCERT ର ନୂଆ ବହିରେ 'ଭାରତ' ହିଁ ପଢିବେ ।
ସୂଚନା ଅନୁସାରେ, ପୂର୍ବରୁ NCERT ର ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସିଲାବସରେ ପରିବର୍ତ୍ତନ କରାଯାଇଥିଲା । ଯେଉଁ ପରିବର୍ତ୍ତନରେ ସିଲାବସରୁ କିଛି ବିଷୟବସ୍ତୁକୁ ହଟାଇ ଦିଆଯାଇ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ଯୋଡ଼ାଯାଇଥିଲା । କିନ୍ତୁ ଏବେ NCERT ପ୍ୟାନେଲର ସମସ୍ତ ସଦସ୍ୟମାନଙ୍କ ସ୍ୱିକୃତିରେ ଏପରି ନିଷ୍ପତ୍ତି ନିଆଯାଇଛି । ଭାରତର ରାଜଧାନୀ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି- ୨୦ ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦେଶୀ ଅତିଥିମାନଙ୍କୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରିଥିବା ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା । ଯାହା ଏକ ବିବାଦକୁ ଟାଣି ଆଣିଥିଲା କିନ୍ତୁ ଏବେ NCERT ରେ 'ଇଣ୍ଡିଆ' ବଦଳରେ ପଢ଼ାଯିବ 'ଭାରତ' ।