ନୂଆଦିଲ୍ଲୀ: ଗାଜିଆବାଦରେ ଏକ ମୁସଲିମ ଦମ୍ପତି ନିକଟରେ ପୂରା ବିଧି ବିଧାନ ସହିତ ହିନ୍ଦୁ ଧର୍ମ ଆପଣେଇଛନ୍ତି । କୁହାଯାଉଛି ଏହି ଦମ୍ପତି ଗତ ୭-୮ ବର୍ଷରୁ ହିନ୍ଦୁ ଧର୍ମ ପାଳନ କରି ଆସୁଥିଲେ ଏବଂ ସମସ୍ତ ରୀତି ନୀତି ସହିତ ଜୀବନ ଯାପନ କରୁଥିଲେ । ଏହା ପରେ ଉଭୟ ପତି-ପତ୍ନୀ ସ୍ୱଇଚ୍ଛାରେ ମୁସଲିମ ଧର୍ମ ପରିତ୍ୟାଗ କରି ସନାତନ ଧର୍ମ ଆପଣେଇ ନେଇଛନ୍ତି । ଏହି ଦମ୍ପତିଙ୍କୁ ନୂତନ ନାମ ମଧ୍ୟ ମିଳି ଯାଇଛି । ଶେହଜାଦଙ୍କୁ ଶିବକୁମାର ଭରଦ୍ୱାଜ ଓ ତାଙ୍କ ପତ୍ନୀଙ୍କୁ ସାକ୍ଷୀ ଭରଦ୍ୱାଜ ନାମ ଦିଆଯାଇଛି ।
ଏହି କାମକୁ ହିନ୍ଦୁ ରକ୍ଷା ଦଳର ଅଧ୍ୟକ୍ଷା ପିଙ୍କି ଚୌଧୁରୀଙ୍କ ନେତୃତ୍ୱରେ ସଂପନ୍ନ କରାଯାଇଛି । ଜି ନ୍ୟୁଜ ସହ ଆଲୋଚନା ବେଳେ ଚୌଧୁରୀ କହିଛନ୍ତି, ଗୋଟିଏ ପରିବାର ନିଜ ଘରକୁ ଫେରିଛନ୍ତି । ଏଥିରେ ଆମେ ଶେହଜାଦଙ୍କୁ ଶିବକୁମାର ଓ ତାଙ୍କ ପତ୍ନୀଙ୍କୁ ସାକ୍ଷୀ ଭରଦ୍ୱାଜ ନାମକରଣ କରାଇଛୁ । ଏହି ପରିବାରର ଗତ ୭-୮ ବର୍ଷରୁ ସନାତନ ଧର୍ମରେ ବିଶେଷ ଆସ୍ଥା ରହିଥିଲା ଓ ସେମାନେ ସନାତନ ଧର୍ମ ଆପଣେଇବାକୁ ଚାହୁଁଥିଲେ । ଆମେ ଆଜି ଏହି ପୂଣ୍ୟ କାମ କରିଛୁ । ମୁଁ ଚାହୁଁଛି ସମସ୍ତ ଲୋକ ଏମିତି ପୂଣ୍ୟ କାମ କରିବା ଉଚିତ୍ । ଏହି ପରିବାରକୁ କେମିତି ସମ୍ମାନ ମିଳିବ ସେ ଦିଗରେ ଆମେ କାମ କରିବୁ ।
ସନାତନ ଧର୍ମରେ ଦୀକ୍ଷିତ କରାଇବା ପୂର୍ବରୁ ମୁସଲିମ ଦମ୍ପତିଙ୍କୁ ପ୍ରଥମେ ସୁଦ୍ଧିକରଣ କରାଯାଇଥିଲା । ଏହା ପରେ ପଣ୍ଡିତ ତାଙ୍କର ଯଜ୍ଞପୋଦୀପ ସଂସ୍କାର ସଂପନ୍ନ କରାଇଥିଲେ । ବୈଦିକ ମନ୍ତ୍ର ସହିତ ଗଙ୍ଗାଜଳ ସିଞ୍ଚନ ପରେ ମୁସଲିମ ଦମ୍ପତିିଙ୍କ ନାମକରଣ କରାଗଲା । ମୁସଲିମ ଦମ୍ପତିଙ୍କ କହିବା କଥା ସେମାନଙ୍କୁ ହିନ୍ଦୁ ଧର୍ମର ସଂସ୍କାର ଓ ଉତ୍ସବ ଏତେ ମାତ୍ରାରେ ପ୍ରଭାବିତ କଲା ଯେ, ସେମାନେ ମୁସଲିମ ଧର୍ମ ପରିତ୍ୟାଗ କରି ହିନ୍ଦୁ ଧର୍ମ ଆପଣେଇ ନେଲେ ।