ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା । ଏଥିପାଇଁ କୋଟି କୋଟି ଭକ୍ତ ଏବେ ସଙ୍ଗମତଟମୁହାଁ । ଏହାରି ଭିତରେ ପ୍ରାୟ ଅଧିକାଂଶଙ୍କ ମନରେ ୨ ଟି ପ୍ରଶ୍ନ ଉଙ୍କି ମାରୁଛି, ଗୋଟିଏ ହେଲା ସଙ୍ଗମରେ ସ୍ନାନ କରିବା ଦ୍ୱାରା କେମିତି ଧୋଇହୁଏ ପାପ?
ଆଉ ଅନ୍ୟଟି ହେଉଛି ସଙ୍ଗମରେ ପ୍ରାୟ ୪୫ କୋଟିରୁ ଲୋକେ ସ୍ନାନ କରୁଛନ୍ତି, ଏଥିପାଇଁ ସଙ୍ଗମର ପାଣି ସଂକ୍ରମିତ ହେଉନି ତ?
ଏହି ପ୍ରଶ୍ନ ଆମ ଦେଶରେ ସେଇମାନେ ପଚାରୁଛନ୍ତି, ଯେଉଁମାନଙ୍କ ସନାତନ ଧର୍ମର କୌଣସି ସଂସ୍ମୃତି ଉପରେ ଆଦୌ ବିଶ୍ୱାସ ନାହିଁ । ସେଇମାନେ ଏହାକୁ ଅନ୍ଧବିଶ୍ୱାସ ବୋଲି ଭାବନ୍ତି । ଆସନ୍ତୁ ଏହି ଆଧ୍ୟାତ୍ମିକ ବିଶ୍ୱାସ ପଛରେ ରହିଥିବା ବୈଜ୍ଞାନିକ ଆଧାର ସମ୍ପର୍କରେ ଜାଣିବା-
ଆଧ୍ୟତ୍ମିକ ବିଶ୍ୱାସ ଏହା ରହିଛି, ଯେତେବେଳେ ସମୁଦ୍ର ମନ୍ଥନ ବେଳେ ଅମୃତ କଳସ ବାହାରିଥିଲା, ସେତେବେଳେ ଦେବତା ଓ ରାକ୍ଷସଙ୍କ ଭିତରେ ଯୁଦ୍ଧ ହୋଇଥିଲା । ଏହି କଳସର ଅମୃତରୁ କିଛି ବୁନ୍ଦା ୪ଟି ସ୍ଥାନରେ ପଡ଼ିଥିଲା । ତାହା ହେଉଛି ହରିଦ୍ୱାରା, ପ୍ରୟାଗରାଜ, ନାସିକ ଓ ଉଜ୍ଜୟନୀ- ଏଇ ୪ଟି ସ୍ଥାନରେ ଅମୃତ କଳସରୁ କିଛି ବୁନ୍ଦା ପଡିବା ମାତ୍ରେ ଏହା ପବିତ୍ର ହୋଇଯାଇଥିଲା । ଏହି କାରଣରୁ ବିଶ୍ୱାସ ରହିଛି ଏହି ସ୍ଥାନରୁ ବାହରିଥିବା ନଦୀଗୁଡିକରେ ପବିତ୍ର ସ୍ନାନ କରିବା ଦ୍ୱାରା ସବୁ ପାପା ଧୋଇଯାଇଥାଏ ଓ ମଣିଷ ଶୁଦ୍ଧ ହୋଇଯାଏ ଏବଂ ଏହା ଅମୃତକଳସର ବୃନ୍ଦା ପାଇଁ ହିଁ ହୋଇଥାଏ ବୋଲି ଆଧ୍ୟତ୍ମିକ ବିଶ୍ୱାସ ରହିଛି ।
କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ଲୁଚି ରହିଛି । ୧୪୪ ବର୍ଷ ମଧ୍ୟରେ ଥରେ ପଡ଼ୁଥିବା ଏହି ମହାକୁମ୍ଭର ଆୟୋଜନ କେବଳ ପ୍ରୟାଗରାଜରେ ହୋଇଥାଏ । ଏହାର କାରଣ ହେଉଛି ପ୍ରୟାଗରାଜ ତ୍ରିବେଣୀର ସଙ୍ଗମତଟ ଅଟେ । ତ୍ରିବେଣୀର ଅର୍ଥ ଗଙ୍ଗା, ଯମୁନା, ଓ ସରସ୍ୱତୀର ମିଳନ ସ୍ଥଳୀ । ତେବେ ଏଠାରେ କହିରଖୁଛୁ, ସରସ୍ୱତୀ ନଦୀ ଏବେ ବିଲୁପ୍ତ ହୋଇଯାଇଛି, ଏହା ସ୍ୱତେ ଏହି ନଦୀ ଏବେବି ଭୂପୃଷ୍ଠର ତଳେ ବୋହୁଛି । ଆଜି ବି ଏହାର ସଙ୍ଗମ ଗଙ୍ଗା, ଯମୁନା ସହ ପ୍ରୟାଗରାଜରେ ରହିଛି । ସେହିପରି ଯମୁନା ନଦୀ ହେଉଛି ଗଙ୍ଗାର ଶାଖା ନଦୀ ଏବଂ ଗଙ୍ଗା ନଦୀର ଜଳକୁ ପୂରା ବିଶ୍ୱର ବୈଜ୍ଞାନିକ ମାନେ ଶୁଦ୍ଧ ଜଳ ବୋଲି ମାନିଛନ୍ତି । କାରଣ ଗଙ୍ଗା ଜଳର ବିଶେଷ୍ୟତା ହେଉଛି, ନା ଏହି ଜଳ କେବେ ଖରାପ ହୁଏ, ନା ଏଥିରେ କେବେ ଶିଉଳି ଲାଗେ । ଯଦି ବିଶ୍ୱାସ ନ ହେଉଛି, ତେବେ ଶୁଦ୍ଧ ଗଙ୍ଗା ଜଳକୁ ଆପଣ ଘରେ ରଖି ଦେଖନ୍ତୁ । ବର୍ଷ ବର୍ଷ ଧରି ଏହି ଜଳ ରହିଲେ ବି ଏହା କେବେ ବି ଖରାପ ହେବ ନାହିଁ ।
ବିଗତ ବର୍ଷ ମାନଙ୍କରେ ଦେଖିବାକୁ ମିଳିଛି କିଛି ଅସାମାଜିକ ଲୋକ ଗଙ୍ଗା ନଦୀକୁ ଦୂଷିତ କରିବାରେ ଲାଗିଛି । ଗଙ୍ଗା ନଦୀରେ ଅନେକ ଶବ ଭସାଯାଇଛି, କେତେ ଲୋକଙ୍କୁ ହତ୍ୟା କରି ଏଠାରେ ଫୋପଡାଯାଇଛି, ହେଲେ ଗଙ୍ଗା ନଦୀର ଜଳ କେବେ ବି ଦୂଷିତ ହୋଇନାହିଁ ବରଂ ସବୁବେଳେ ସ୍ୱଚ୍ଛ ହୋଇରହିଛି ।
୧୮୯୦ ମସିହାରେ ଯେତେବେଳେ ଭାରତ ବ୍ରିଟିଶଙ୍କ ଶାସନାଧୀନ ଥିଲା, ସେତେବେଳେ ହେଜାରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ଗୁଡିକ ଗଙ୍ଗାନଦୀରେ ଭସାଇ ଦିଆଯାଉଥିଲା । ସେତେବେଳେ ବ୍ରିଟେନ ଏକ ପ୍ରସିଦ୍ଧ ବୈଜ୍ଞାନିକ ଗଙ୍ଗାନଦୀ ପାଣି ଉପରେ ଗବେଷଣା କରିଥିଲେ । ଏହି ରିସର୍ଚ୍ଚରୁ ଜଣାପଡ଼ିଥିଲା ଗଙ୍ଗାନଦୀରେ ହେଜାରୁ ମରୁଥିବା ଲୋକଙ୍କ ଶବ ଫୋପାଡିବା ପରେ ବି ଏହା ସଂକ୍ରମିତ ହେଲା ନାହିଁ, କି ପ୍ରଦୂଷିତ ବି ହୋଇନାହିଁ । ଲୋକେ ସେତେବେଳେ ବି ଏହି ପାଣିକୁ ସହଜରେ ପିଉଥିଲେ ।
ବୈଜ୍ଞାନିକ ଅନୁଧ୍ୟାନରୁ ଜଣାପଡ଼ିଛି, ଗଙ୍ଗାପାଣିରେ ଏକ ଭାଇରସ୍ ରହିଛି, ଯାହା ବେକ୍ଟେରିଆରେ ପ୍ରବେଶ କରି ତାହାକୁ ନଷ୍ଟ କରିଦିଏ ଏବଂ ସେହି ଭାଇରସ୍ ଗଙ୍ଗାଜଳର ଶୁଦ୍ଧତାକୁ ବଜାଇ ରଖେ । ତେଣୁ ଏଠାରେ ସ୍ନାନ କରିବା ବୈଜ୍ଞାନିକ ଅଧାରରେ ବି ପବିତ୍ର ବୋଲି ଧରାଯାଏ ।
ଆଜି ବି ଗଙ୍ଗାଜଳର ଶୁଦ୍ଧତାକୁ ନେଇ ସନ୍ଦେହ କରୁଥିବା ଲୋକଙ୍କୁ ଏକଥା ଜଣାନଥିବା ଯେ, ତୃତୀୟ ମୋଗଲ ବାଦଶାହା ଆକବର କେବଳ ଗଙ୍ଗା ଜଳ ହିଁ ପିଉଥିଲେ । ଏକଥା ‘ଆଇନେ ଆକବରୀ’ ନାମକ ଏକ ପୁସ୍ତକରେ ଉଲ୍ଲେଖ କରାଯାଇଛି । ଏହି ପୁସ୍ତକର ୫୫ ପୃଷ୍ଠାରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ଲେଖାଯାଇଛି, ‘ଆକବର କହୁଥିଲେ ଗଙ୍ଗା ନଦୀର ପାଣିକୁ ଯିଏ ପିଇବ, ସେ ଅମର ହୋଇଯିବ’ । ସେଥିପାଇଁ ଆକବର ଯେଉଁଠି ବି ରୁହନ୍ତୁ ନା କାହିଁକି, ଗଙ୍ଗାନଦୀର ପାଣି ହିଁ ପିଉଥିଲେ । ସେଥିପାଇଁ ନିଜର କିଛି ଖାସ୍ ଲୋକଙ୍କୁ ସେ ଗଙ୍ଗାକୂଳରେ ରଖିଥିଲେ । ଯାହାଫଳରେ ଗଙ୍ଗାପାଣିକୁ ସେମାନେ ମାଠିଆରେ ଭରି ସହଜରେ ଆଣି ଆକବରଙ୍କୁ ଯୋଗାଇପାରିବେ ।
ଯେଉଁମାନେ ସନାତନ ର୍ଧମକୁ ନେଇ ସନ୍ଦେହ କରନ୍ତି, ସେମାନେ ଏହାକୁ ଗ୍ରହଣ କରିପାରିବେ କି ବାଦଶାହା ଆକବର ବି ଗଙ୍ଗାଜଳକୁ ଶୁଦ୍ଧତା ମାନୁଥିଲେ ।
ଗଙ୍ଗାଜଳର ଶୁଦ୍ଧତା ଓ ପ୍ରୟାଗରାଜକୁ ନେଇ ସୋସିଆଲ ମିଡ଼ିଆରେ କିଛି ଗୋଷ୍ଠୀର ଲୋକେ ନିଜ ନିଜ ମତ ରଖୁଛନ୍ତି । ସବୁଠୁ ବଡ଼ କଥା ହେଲା, ସନାତନ ଧର୍ମର ମାନ୍ୟତାକୁ ବୈଜ୍ଞାନିକ ଆଧାରରେ ପ୍ରମାଣିତ ହେବା ପରେ ବି ଅନେକ ଲୋକେ ଏହାକୁ ଅନ୍ଧବିଶ୍ୱାସ ବୋଲି ମାନୁଛନ୍ତି । ଏବେ ବି ସମାଜରେ ଏଭଳି ଏକ ବର୍ଗ ରହିଛି, ଯାହା ସନାତନ ଧର୍ମକୁ ବିଶ୍ୱାସକୁ ନେଇ ସର୍ବଦା ସମାଲୋଚନା କରୁଆସୁଛନ୍ତି । ସେମାନେ ଜାଣିରଖିବା ଆବଶ୍ୟକ ଏହାପଛରେ ଉଭୟେ ବୈଜ୍ଞାନିକ ଓ ଆଧ୍ୟାତ୍ମିକ କାରଣ ରହିଛି ।