ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଛାତ୍ରୀଙ୍କ ଉପରେ ହୋଇଥିବା ଏସିଡ୍ ଆକ୍ରମଣ ମାମଲା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡ଼ିଛି। ଝିଅର ବାପାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ବାପା ତିନି ଜଣ ଯୁବକଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ସ୍ୱୀକାର କରିଛନ୍ତି। ଘଟଣା ସମୟରେ ଅଭିଯୁକ୍ତମାନେ ଦିଲ୍ଲୀରେ ନଥିଲେ। ଏବେ ଝିଅର ବାପାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଭାଇ ଏବେ ବି ଫେରାର୍ ଅଛନ୍ତି। ସେ ତାଙ୍କ ଭଉଣୀଙ୍କୁ ଏସିଡ୍ ଆକ୍ରମଣର ଷଡ଼ଯନ୍ତ୍ର ରଚିବାରେ ସାହାଯ୍ୟ କରିଥିଲେ।
ପୋଲିସ ଏସିଡ୍ ଆକ୍ରମଣ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଜଣାପଡିଲା ଯେ ଛାତ୍ରୀ ଜଣକ ତାଙ୍କ ଭାଇଙ୍କ ସହ ଏକ ମୋଟରସାଇକେଲରେ ମୁକୁନ୍ଦପୁରସ୍ଥିତ ତାଙ୍କ ଘରୁ ବାହାରି ଆସିଥିଲେ। ତାଙ୍କ ଭାଇ ତାଙ୍କୁ ଅଶୋକ ବିହାରରେ ଛାଡି ଦେଇଥିଲେ ଏବଂ ସେ ଏକ ଇ-ରିକ୍ସାରେ ଚାଲିଯାଇଥିଲେ। ଘଟଣା ପରଠାରୁ ଯୁବତୀଙ୍କ ଭାଇ ମଧ୍ୟ ଫେରାର୍ ଅଛନ୍ତି। ଉଲ୍ଲେଖନୀୟ ଛାତ୍ରୀ ଜଣକ ଅଭିଯୁକ୍ତଙ୍କ ବିଷୟରେ ବିସ୍ତୃତ ସୂଚନା ଦେବା ପରେ ଦିଲ୍ଲୀ ପୋଲିସକୁ ଏହି ମାମଲା ଉପରେ ସନ୍ଦେହ ହୋଇଥିଲା।
ପୋଲିସ ସୂତ୍ର ଅନୁଯାୟୀ, ଏସିଡ୍ ପୀଡିତାମାନେ ପ୍ରାୟତଃ ସେମାନଙ୍କ ଆକ୍ରମଣକାରୀଙ୍କ ବିଷୟରେ ଏତେ ବିସ୍ତୃତ ସୂଚନା ଜାଣି ନ ଥାନ୍ତି। ତେଣୁ ଯେତେବେଳେ ଛାତ୍ରୀ ଜଣକ ପୋଲିସକୁ ସମସ୍ତ ବିବରଣୀ ଦେଲା, ପୋଲିସ ସନ୍ଦେହ କଲା। ତଦନ୍ତରୁ ଏହା ମଧ୍ୟ ଜଣା ପଡ଼ିଛି ଯେ, ଜଣେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ପତ୍ନୀ ଏସିଡ ପୀଡିତା ପରିବାର ବିରୋଧରେ ଦୁଷ୍କର୍ମ କେସ୍ ଦେଇଥିଲେ।
ରିପୋର୍ଟ ଅନୁଯାୟୀ, ଜିତେନ୍ଦ୍ରଙ୍କ ବ୍ୟତୀତ ପୀଡ଼ିତାଙ୍କ ପିତା ଅନ୍ୟ ଦୁଇ ଯୁବକ ଇଶାନ ଓ ଅରମାନଙ୍କ ସହ ମଧ୍ୟ ବିବାଦ ଥିଲା। ଏହି ଦୁଇ ଯୁବକଙ୍କ ନାଁ ମଧ୍ୟ ଏଫଆଇଆରରେ ରହିଛି। ତଦନ୍ତରୁ ଜଣା ପଡିଛି ଯେ, ପୀଡ଼ିତା ନିଜେ ଟଏଲଟ ସଫାରେ ବ୍ୟବହୃତ ହେଉଥିବା ଏସିଡ ନେଇ କି ଆସିଥିଲେ।
ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ପତ୍ନୀ ଦାବି କରିଥିଲେ ଯେ, ପୀଡିତାଙ୍କ ପିତା ଏହି ଘଟଣାର ଯୋଜନା ପ୍ରସ୍ତୁତ କରି ମୋ ସ୍ଵାମୀଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏମିତି ହୋଇଥିଲେ ଦୁଷ୍କର୍ମର ଆଉ ଏକ ମାମଲାରେ ରଫାଦଫା କରିବାକୁ ଚାପ ପକାଇ ପାରିବେ.
କଣ ଦାବି କରିଥିଲେ ଛାତ୍ରୀ
୨୦ ବର୍ଷୀୟ ପୀଡ଼ିତା ଯିଏ ଲକ୍ଷ୍ମୀ ବାଇ କଲେଜ, ଅଶୋ ବିହାରେ ଦ୍ଵିତୀୟ ବର୍ଷର ଛାତ୍ରୀ କହିଛନ୍ତି ରବିବାର ଦାବି କରିଥିଲେ ଯେ, ସେ ଅତିରିକ୍ତ କ୍ଲାସ ପାଇଁ ଯାଉଥିଲେ। ସେହି ସମୟରେ ତିନି ଆକ୍ରମଣକାରୀ ଜିତେନ୍ଦ୍ର, ଇଶାନ ଓ ଅରମାନ ବାଇକରେ ଆସି ତାଙ୍କ ଉପରେ ଏସିଡ଼ ଫିଙ୍ଗିଥିଲେ।
ଅଭିଯୁକ୍ତ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ଵାମୀ ଜିତେନ୍ଦ୍ରଙ୍କୁ ଫସାଇବା ପାଇଁ ପୀଡ଼ିତାର ବାପା ଅକିଲ ଖାନ ନିଜ ଝିଅ ଉପରେ ଏସିଡ ହମଲା ପାଇଁ ଯୋଜନା କରିଥିଲେ। ଯେଉଁ ଦିନ ଏହି ହମଲା ହେଲା, ଜିତେନ୍ଦ୍ର କାରଖାନାରେ ଥିଲେ। ଜିତେନ୍ଦ୍ର ମଧ୍ୟ ପୋଲିସକୁ ଜଣାଇଛନ୍ତି ଯେ, ସେ ଆକ୍ରମଣ ଘଟଣା ଦିନ ଘଟଣାସ୍ଥଳରେ ନ ଥିଲେ।
ପୀଡ଼ିତା ଦାବି କରିଥିଲେ ଯେ, ଜିତେନ୍ଦ୍ର ଅନେକ ମାସ ଧରି ତାଙ୍କର ପିଛା କରିଥିଲେ। ସେ ବିବାହିତ ହୋଇ ମଧ୍ୟ ମୋ ଉପରେ ନଜର ପକାଇଥିଲେ। ତାଙ୍କ ପତ୍ନୀ ମଧ୍ୟ ଏହି ମାମଲାରେ ଜିତେନ୍ଦ୍ରକୁ ସମର୍ଥନ କରୁଥିଲେ। ମୁଁ ଚେତାବନୀ ଦେବା ପରେ ବି ମୋ ଉପରେ ଏସିଡ ମାଡ଼ କରିଛନ୍ତି।
Also read:ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ଏହି ୧୨ ରାଜ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ SIR; ଆଜି ରାତିରୁ ଫ୍ରିଜ୍ ହେବ ଭୋଟର ତାଲିକା