ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ଏଥିରେ ବିରୋଧୀ ଦଳଗୁଡ଼ିକୁ ବଡ଼ ଝଟକା ଲାଗିଛି। ବିରୋଧୀ ଦଳ ସିଇସିଙ୍କ ପଦଚ୍ୟୁତ ଦାବିରେ ଏହି ପ୍ରସ୍ତାବ ଆଗତ କରିଥିଲା। ତୃଣମୂଳ କଂଗ୍ରେସ (ଟିଏମସି) ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦରୁ ବହିଷ୍କାର କରିବା ପାଇଁ ସଂସଦର ଉଭୟ ଗୃହରେ ମହାଭିଯୋଗ ନୋଟିସ୍ ଦାଖଲ କରିଥିଲେ। ୧୯୬୮ ର ଧାରା ୩ ଅନୁଯାୟୀ କ୍ଷମତା ବ୍ୟବହାର କରି, ରାଜ୍ୟସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।
ଏହି ପ୍ରସ୍ତାବ ମାର୍ଚ୍ଚ ୧୨ ତାରିଖରେ ରାଜ୍ୟସଭାରେ ଆଗତ କରାଯାଇଥିଲା। ଏଥିରେ ରାଜ୍ୟସଭାରେ ୬୩ ଜଣ ସାଂସଦ ସ୍ୱାକ୍ଷର କରିଥିବା ବେଳେ ଲୋକସଭାର ୧୩୦ ଜଣ ସାଂସଦ ସ୍ଵାକ୍ଷର କରିଥିଲେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରୁ ହଟାଇବା ପ୍ରସ୍ତାବର ଉଦ୍ଦେଶ୍ୟ ଥିଲା। ନିୟମ ଅନୁଯାୟୀ, ଜଣେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଅତି କମରେ ୧୦୦ ଜଣ ଲୋକସଭା ସାଂସଦ କିମ୍ବା ୫୦ ଜଣ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ଆବଶ୍ୟକ।
121 ବର୍ଷ ପୁରୁଣା ଲାଲ୍ ଇସ୍ତାହାର କଣ,ଯାହାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ
ସିଇସିଙ୍କ ବିରୋଧରେ ଅନେକ ଅଭିଯୋଗ
ନୋଟିସରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା। ଏଥିରେ ପଦବୀରେ ଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବା, ନିର୍ବାଚନ ଜାଲିଆତିର ତଦନ୍ତରେ ଜାଣିଶୁଣି ବାଧା ସୃଷ୍ଟି କରିବା ଏବଂ ଭୋଟର ତାଲିକାରେ ହେରଫେର କରିବା ସାମିଲ୍। ଟିଏମସିର ନୋଟିସରେ ବିହାର ଏବଂ ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବ୍ୟାପକ ଭାବରେ ନାମ ବାଦ ଦେବା ସମେତ ସାତଟି ପ୍ରମୁଖ ଅଭିଯୋଗ ଆସିଥିଲା।
କିଛି ରାଜନୈତିକ ଦଳ ସହ ପକ୍ଷପାତିତ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଉଲ୍ଲେଖନୀୟ ଭାରତରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ନୋଟିସ୍ ଦାଖଲ କରାଯାଇଥିଲା।
ସିଇସିଙ୍କୁ ହଟାଇବା ସହଜ ନୁହେଁ
ସିଇସିଙ୍କୁ ହଟାଇବା ଏକ ସହଜ ନୁହେଁ। ଭାରତୀୟ ସମ୍ବିଧାନର ଧାରା ୧୨୪(୫) ଏବଂ ୧୨୪(୪) ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ପ୍ରଦାନ କରିଥାଏ। ଏହି ଆଇନ ଆଧାରରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ପରି ସମାନ ଭାବରେ ହଟାଯାଇ ପାରିବ।