ନୂଆଦିଲ୍ଲୀ: ମଧୁରାଇ ପ୍ରଥମ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ସୋମବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି । ସଥାନକୁଲମ ପୋଲିସ ହେପାଜତରେ ଦୁଇ ବାପା ପୁଅଙ୍କ ମୃତ୍ୟୁ ମାମଲାରେ ୯ ଜଣ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏହା ସହିତ କୋର୍ଟ ମୃତ ବ୍ୟବସାୟୀ ପୀ. ଜୟରାଜ ଏବଂ ତାଙ୍କ ପୁଅ ଜେ. ବିନିକ୍ସଙ୍କ ପରିବାରକୁ 1 କୋଟି 40 ଲକ୍ଷଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଚାରପତି ଜି ମୁଥୁକୁମାରନ୍ ମାମଲାର ଶୁଣାଣି କରିଛନ୍ତି । ଏହା ଏକ ବିରଳ ମାମଲା । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବାଧ୍ୟ ପୋଲିସ ଅଧିକାରୀମାନେ ନିଜେ ଆଇନ ବିରୁଦ୍ଧରେ କାର୍ଯ୍ୟ କରିଥିବା ବିଚାରପତି ହୃଦୟଙ୍ଗମ କରିଛନ୍ତି । କୌଣସି ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ନ ଥିବା ପିତା ଏବଂ ପୁଅଙ୍କୁ ଅତି ନିର୍ମମ ଭାବରେ ପୋଲିସ ଥାର୍ଡ ଡିଗ୍ରୀ ଦେଇଥିଲା । ୨୩ ମାର୍ଚ୍ଚରେ କୋର୍ଟ ସମସ୍ତ ୯ ଜଣ ପୋଲିସ ଅଧିକାରୀଙ୍କୁ ଆଇପିସି ଧାରା ୩୪୨, ୧୯୫, ୨୧୧, ୨୧୮, ଏବଂ ୩୦୨ ସହିତ ଧାରା ୧୦୯ ଏବଂ ୩୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଅଭିଯୁକ୍ତଙ୍କ ପୂର୍ବ ସମ୍ପତ୍ତି ବିବରଣୀ ଏବଂ ସେମାନଙ୍କ ଦରମା ପ୍ରମାଣପତ୍ର ସମ୍ପର୍କରେ ରିପୋର୍ଟ ତଲବ କରିଥିଲେ । କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ଉତ୍ତେଜକ/ପ୍ରଶମିତ ପରିସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ମଧ୍ୟ ତଲବ କରିଥିଲେ । ଏହା ପରେ ୨ ଏପ୍ରିଲରେ ରିପୋର୍ଟ ଦାଖଲ କରାଯାଇଥିଲା । କୋର୍ଟ ଦଣ୍ଡାଦେଶ ଉପରେ ସମସ୍ତ ପକ୍ଷମାନଙ୍କୁ ଶୁଣିଥିଲେ । ଏହି ମାମଲାରେ ସିବିଆଇ ସର୍ବାଧିକ ମୃତ୍ୟୁଦଣ୍ଡ ପାଇଁ ଦାବିଦାର ରହିଥିବାବେଳେ ଅଭିଯୁକ୍ତ ପକ୍ଷ ସେମାନଙ୍କୁ ସର୍ବନିମ୍ନ ଦଣ୍ଡାଦେଶ ଦେବାକୁ ଅନୁରୋଧ କରିଥିଲେ। ବିଚାରପତି ଉଲ୍ଲେଖ କରିଛନ୍ତି ଯେ ଜୟରାଜ ଏବଂ ବେନିକ୍ସଙ୍କ ଉପରେ ହୋଇଥିବା ଆଘାତ ଅପ୍ରାକୃତିକ ଥିଲା, ଯାହା ଶେଷରେ ସେମାନଙ୍କ ମୃତ୍ୟୁର କାରଣ ହୋଇଥିଲା। କୋର୍ଟ ଏହି ଯୁକ୍ତିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଆଘାତଗୁଡ଼ିକ ନିଜେ କରାଯାଇଥିଲା ଏବଂ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ସେମାନଙ୍କୁ ମାଡ଼ ଯୋଗୁଁ ଆଘାତ ସୃଷ୍ଟି ହୋଇଥିଲା ।
କ’ଣ ରହିଛି ମାମଲା ?
ଦେଶରେ କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଚାଲିଥିଲା । ୧୯ ଜୁନ, ୨୦୨୦ରେ ରାତି ୯ଟା ପରେ ଦୋକାନ ଖୋଲିବା ଏବଂ ସେତେବେଳେ ପ୍ରଚଳିତ କୋଭିଡ୍-୧୯ ମାନଦଣ୍ଡ ଉଲ୍ଲଂଘନ କରିବା ଅଭିଯୋଗରେ ସଥାନକୁଲମ ପୋଲିସ ଦ୍ୱାରା ଜୟରାଜ ଏବଂ ତାଙ୍କ ପୁଅ ବେନିକ୍ସଙ୍କୁ ଗିରଫ କରିଥିଲା । ଆଇପିସି ଧାରା ୧୮୮, ୨୬୯, ୨୯୪(ଖ), ୩୫୩ ଏବଂ ୫୦୬(୨) ଅନୁଯାୟୀ ରିମାଣ୍ଡରେ ନିଆଯାଇଥିଲା। ଏହି ସମୟରେ ପୋଲିସ ସେମାନଙ୍କ ଉପରେ ହାଜତ ଭିତରେ ଅକଥନୀୟ ନିର୍ଯ୍ୟାତନା ଦେଇଥିଲା । ଫଳରେଜୁନ ୨୨ରେ ପ୍ରଥମେ ପୁଅ ବେନିକ୍ସ ଏବଂ ୨୩ ଜୁନରେ ବାପା ଜୟରାଜଙ୍କ ମୃତ୍ୟୁବରଣ କରିଥିଲେ।
ଏ ନେଇ ୧୦ ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ସ୍ୱତଃ ସଜ୍ଞାନ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସ୍ୱତଃ ମାମଲାର ଶୁଣାଣି କରିବା ସମୟରେ, ହାଇକୋର୍ଟ ଏହା ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ ଅଧିକାରୀମାନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ପାଇଁ ଏକ ପ୍ରାଥମିକ ମାମଲା ରହିଛି। ଅଧିକାରୀମାନେ ମାମଲା ସହିତ ଜଡିତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବାରୁ କୋର୍ଟ ଏହାର ତଦନ୍ତ ନିର୍ଦ୍ଦେଶ ତୁରନ୍ତ ସିବି-ସିଆଇଡିକୁ ହସ୍ତାନ୍ତର କରିଥିଲେ । ଏହା ପରେ ରାଜ୍ୟ ସରକାର ସିବିଆଇକୁ ମାମଲା ହସ୍ତାନ୍ତର କରିଥିଲେ ।
ମୃତକଙ୍କୁ ମୃତ୍ୟୁ ଦଣ୍ଡ
ମାମଲାର ତଦନ୍ତ ଚାଲିଥିବା ସମୟରେ କୋଭିଡ୍-୧୯ରେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେମାନେ ହେଲେ ଇନ୍ସପେକ୍ଟର ଏସ୍. ଶ୍ରୀଧର, ଏସ୍ଆଇ ପି. ରଘୁ ଗଣେଶ ଏବଂ କେ. ବାଲକ୍ରିଷ୍ଣନ୍, ହେଡ୍ କନେଷ୍ଟବଳ ଏସ୍. ମୁରୁଗାନ୍ ଏବଂ ଏ. ସାମିଦୁରାଇ, ଏବଂ କନେଷ୍ଟବଳ ଏମ୍. ମୁଥୁରାଜ, ଏସ୍. ଚେଲାଦୁରାଇ, ଏକ୍ସ. ଥମାସ ଫ୍ରାନ୍ସିସ୍, ଏସ୍. ଭେଇଲୁମୁଥୁ ଏବଂ ଏସ୍ଏସ୍ଆଇ ପାଉଲଦୁରାଇଙ୍କ ମୃତ୍ୟୁ କୋଭିଡ୍-୧୯ ଯୋଗୁଁ ବିଚାରାଧୀନ ଥିଲା।